କନକ ବ୍ୟୁରୋ:  ଇସ୍ରୋର ‘ଆଦିତ୍ୟ ଏଲ-୧’ ମିଶନ ସୂର୍ଯ୍ୟ ଯାଏଁ ଯିବନି । ବରଂ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ । ଆଦିତ୍ୟ ଏଲ-୧କୁ ଆଜି ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ଲଞ୍ଚିପ୍ୟାଡରୁ PSLV-XL ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ  । publive-image

Advertisment

ସୂର୍ଯ୍ୟ ଅଭିଯାନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଯେ, ଏହା କ’ଣ ସୂର୍ଯ୍ୟଙ୍କ ପାଖକୁ ଯିବ । ଉତ୍ତର ହେଉଛି ନାଁ । ଏହା କେବେ ସମ୍ଭବ ନୁହେଁ । ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର । ହେଲେ ଆଦିତ୍ୟ ଏଲ-୧ ଏହାଠାରୁ ଅନେକ ଦୂରରେ , ୧୪.୮୫ କୋଟି କିଲୋମିଟର ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିମି ଦରରେ ରହି ସୂର୍ଯ୍ୟଙ୍କ ରହସ୍ୟ ଖୋଲିବାକୁ ଚେଷ୍ଟା କରିବ । publive-image

ଆଦିତ୍ୟ ସାଟେଲାଇଟକୁ  ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରାଯିବ । ତେବେ ଏ ପଏଣ୍ଟର ଅର୍ଥ କ’ଣ? ଏହା ଅନ୍ତରୀକ୍ଷର ଏଭଳି ଏକ ସ୍ଥାନ ଯାହା ପୃଥିବୀ ଓ ସୂର୍ଯ୍ୟର ଏକ ସରଳରେଖାରେ ଅବସ୍ଥିତ । ଏହା ସୂର୍ଯ୍ୟଙ୍କ ଗୁରୁତ୍ୱାକର୍ଷଣ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ମଧ୍ୟବର୍ତ୍ତୀ ସ୍ଥାନ । ଦୁହିଁଙ୍କ ଆକର୍ଷଣ ଶକ୍ତି ଏଠାରେ କୌଣସି କ୍ଷୁଦ୍ର ଜିନିଷ ଦୀର୍ଘ ସମୟ ପାଇଁ ତିଷ୍ଠି ରହିପାରିବ । ଆଦିତ୍ୟ ଏଲ-୧ କୁ ସୂର୍ଯ୍ୟଙ୍କ ନିମ୍ନ ଭାଗରେ ଅବସ୍ଥାପିତ କରାଯିବ ।publive-image

ଆଜି ଶ୍ରୀହରିକୋଟାରୁ ୧୧ଟା ୫୦ରେ ଏହାକୁ ଉତକ୍ଷପଣ କରାଯିବ । ଏହା ପୂର୍ବରୁ ୧୧ଟା ୨୦ ମିନିଟରୁ ଏହାର ଏହାର ଲାଇଭ ଟେଲିକାଷ୍ଟ ଦେଖିବାକୁ ମିଳିବ ।