କାୟା ମେଲାଉଛି କରୋନା: ଦେଶରେ ଦିନକରେ ସର୍ବାଧିକ ୯ ହଜାର ୯୮୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୬ ମୃତ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧ ଛୁଇଁଲା

293

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ପାର ହୋଇଛି । ଦେଶରେ ଧର୍ମୀୟସ୍ଥଳୀ ସର୍ତମୂଳକ ଖୋଲିବା ଆଗରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିବା ଉଦବେଗର ବିଷୟ । ରବିବାର ୧୦ ହଜାର ୭୦୦ ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୩୪ରେ ପହଂଚିଛି । ଶନିବାର ମଧ୍ୟ ୧୦ ହଜାର ୭୮୫ ନୂଆ ମାମଲା ଚିହ୍ନଟ ହୋଇଥିଲା । ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ରୁ ଅଢେଇ ଲକ୍ଷରେ ପହଂଚିବାକୁ ମାତ୍ର ୫ଦିନ ଲାଗିଛି । ସେହିପରି କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ଦିନକୁ ୧ରୁ ୧୦ ହଜାରରେ ପହଂଚିବାକୁ ଲାଗିଛି ୭୪ ଦିନ । ଭାରତରେ ପ୍ରଥମ କରୋନା ରୋଗୀ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିବା ବେଳେ ଅପ୍ରେଲ ୧୩ ତାରିଖରେ ଏହି ସଂଖ୍ୟା ୧୦ ହଜାର ଛୁଇଁଥିଲା ।

ଅନ୍ୟପଟେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୨୦୧ରେ ପହଂଚିଛି । ଗତ ୫ ଦିନ ହେଲା ମୃତ୍ୟୁ ସଂଖ୍ୟା ଅଢେଇ ଶହ ଉପରେ ରହୁଛି । ରବିବାର ୨୬୨, ଶନିବାର ୨୯୭ ଓ ଶୁକ୍ରବାର ୨୯୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ରବିବାର ଦ୍ୱିତୀୟ ଥର ପାଇଁ ନୂଆ ମାମଲା ୩ ହଜାର ଟପିଛି । ରବିବାର ମହାରାଷ୍ଟ୍ରରେ ୩ହଜାର ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ମୁମ୍ବାଇରେ ୧୪୨୦ ଜଣଙ୍କ ରକ୍ତ ନମୁନାରୁ ମାରାତ୍ମକ ଭୂତାଣୁ ଠାବ ହୋଇଛି । ମହାରାଷ୍ଟ୍ରରେ ରବିବାର ୯୧ ଜଣଙ୍କ ମୃତକଙ୍କ ମଧ୍ୟରୁ ୬୧ ଜଣ ହେଉଛନ୍ତି ମୁମ୍ବାଇ ବାସିନ୍ଦା ।