ଦେଶରେ କମୁଛି କରୋନା ଦ୍ୱିତୀୟ ଲହରର ପ୍ରଭାବ : ୨୪ଟି ରାଜ୍ୟରେ କମିଛି ସଂକ୍ରମଣ ହାର, ସୁସ୍ଥହାର ୯୦ %କୁ ବୃଦ୍ଧି

285

କନକ ବ୍ୟୁରୋ : ଦେଶରେ କମୁଛି କରୋନା ଦ୍ୱିତୀୟ ଲହରର ପ୍ରଭାବ । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସମୟ ଆସିଲେ କଟକଣା କୋହଳ ପାଇ ନିଆଯାଇପାରେ ନିଷ୍ପତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ୨୪ଟି ରାଜ୍ୟରେ ଦେଶରେ ସଂକ୍ରମଣ କମୁଛି । ଗତ କିଛି ଦିନ ହେଲା ଲଗାତାର ଦେଶରେ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ସେହିଭଳି ଦେଶରେ ସୁସ୍ଥହାର ୯୦ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କଂଟେନମେଂଟ ଜୋନ କଟକଣାକୁ କଡାକଡି ପାଳନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଜୁନ ୩୦ ଯାଏଁ ବଳବତର ରହିବ ଏହି କଟକଣା । ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାରେ କଂଟେନମେଂଟକୁ ଗୁରୁତ୍ୱ ଦେବାକୁ କହିଛନ୍ତି କେନ୍ଦ୍ର ସରକାର ।