କନକ ବ୍ୟୁରୋ : ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା । ୬୯ କିଲୋଗ୍ରାମ ବର୍ଗ କ୍ୱାର୍ଟର ଫାଇନାଲରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ।

Advertisment

ସେମିଫାଇନାଲରେ ଜିତିଲେ ଫାଇନାଲରେ ରୌପ୍ୟ ପଦକ ପକ୍କା ହେବ । କ୍ୱାର୍ଟର ଫାଇନାଲରେ ଲଭଲିନା ବୋର୍ଗୋହେଁ ଚିନି ତାଇପେଇର ନିନ୍ ଚିନ୍ ଚେନଙ୍କୁ ୪-୧ରେ ହରାଇଛନ୍ତି । ଏହା ପୂର୍ବରୁ ଲଭଲିନା ଜର୍ମାନୀର ନାଦିଆ ଆପେଜଙ୍କୁ ହରାଇଥିଲେ । ୩-୨ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ।