କନକ ବ୍ୟୁରୋ: ଭାରତର ଦ୍ୱିତୀୟ ବୃହତମ ଅଶୋକ ସ୍ତମ୍ଭ । ବ୍ରହ୍ମପୁର ସହରର କାରିଗର ପ୍ରସ୍ତୁତ କରିଛନ୍ତି ଭାରତର ଦ୍ୱିତୀୟ ବୃହତମ ଅଶୋକ ସ୍ତମ୍ଭ । ଏହି ଅଶୋକ ସ୍ତମ୍ଭକୁ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନସ କଲେଜ ପରିସରରେ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେଇ ପାରୁଥିବା ଗ୍ଲାସ ଫାଇବରରେ ତିଆରି ଏହି ଅଶୋକ ସ୍ତମ୍ଭକୁ ବ୍ରହ୍ମପୁର ସହରର ଜଣାଶୁଣା କାରିଗର ରାଜ କୁମାର ବେହେରା ତାଙ୍କ ୧୦ଜଣ ସହଯୋଗୀଙ୍କ ସହ ୪୦ ଦିନରେ ପ୍ରସ୍ତୁତ କରିଛନ୍ତି ।
ତେବେ ଦିଲ୍ଲୀ ଠାରେ ଥିବା ଦେଶର ସର୍ବବୃହତ ଅଶୋକ ସ୍ଥମ୍ଭର ଉଚ୍ଚତା ୨୦ ଫୁଟ ରହିଥିବା ବେଳେ ରାଜକୁମାର ପ୍ରସ୍ତୁତ କରିଥିବା ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୧୩ ଫୁଟ ରହିଛି । ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଶୋକ ସ୍ତମ୍ଭ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦିଲ୍ଲୀରେ ଥିବା ଅଶୋକ ସ୍ତମ୍ଭର ନକଲ ପ୍ରତିମୂର୍ତି ତିଆରି କରାଯାଇଥିବା କାରିଗର କହିଛନ୍ତି । ଏଭଳି ଏକ ଅଶୋକ ସ୍ତମ୍ଭ ନିର୍ମାଣ କରି ରାଜକୁମାର ଓ ତାଙ୍କ ଟିମ୍ ଧନ୍ୟ ମନେକରୁଥିବା କରିଛନ୍ତି । ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନସ୍ କଲେଜ ପରିସରରେ ଦେଶର ଏହି ଦ୍ୱିତୀୟ ବୃହତମ ଅଶୋକସ୍ଥମ୍ଭ ସ୍ଥାପନ କରାଯିବା ପରେ ଆଗାମୀ ଦିନରେ ମହାମହିିମ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/12/ିୁଂର.jpg)