ଦେଶର କରୋନା ମିଟର : ୪୦ହଜାର ତଳକୁ ଖସିଲା ସଂକ୍ରମଣ; ୨୪ ଘଣ୍ଟାରେ ୩୭,୧୫୪ କରୋନା ସଂକ୍ରମିତ ଚିହ୍ନଟ, ୭୨୪ ମୃତ

ଦେଶରେ କମୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୧୮, ୧୩୨ ନୂଆ ସଂକ୍ରମିତ ଚିହ୍ନଟ, ୧୯୩ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ କରୋନା ସଙ୍କଟ ଜାରି ରହିଛି । ଗତ କିଛି ଦିନ ହେବ ପ୍ରତିଦିନ ୪୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଆଜି ଏହା ୪୦ହଜାର ତଳକୁ ଖସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୧୫୪ ଟି ନୂଆ କରୋନା ମାମଲା ଆସିଛି ଏବଂ ୭୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ୨୪ଘଣ୍ଟା ମଧ୍ୟରେ ୪୧,୫୦୬ ଟି ନୂଆ ମାମଲା ଆସିଥିଲା ।

ଭାରତରେ ବର୍ତ୍ତମାନ ୪ ଲକ୍ଷ ୫୦ ହଜାର ୮୯୯ ଟି ସକ୍ରିୟ ମାମଲା ରହିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ ୪ ଲକ୍ଷ ୮ ହଜାର ୭୬୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସମୁଦାୟ ୩,୦୦,୧୪,୭୧୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୮ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୨% ଥିବାବେଳେ ଆରୋଗ୍ୟ ହାର ୯୭.୨୦% ରୁ ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe