ଟିକାକରଣରେ ଭାରତର ରେକର୍ଡ : ୧୩ ଦିନରେ ଦିଆଗଲାଣିି ୧୦ କୋଟି ଟିକା

୭୦ କୋଟି ଟପିଲା ଟିକାକରଣ; ପ୍ରଥମ ୧୦ କୋଟି ଡୋଜ୍ ଦେବାକୁ ଲାଗିଥିଲା ୮୫ ଦିନ

92

କନକ ବ୍ୟୁରୋ : ଟିକାକରଣରେ ଭାରତର ବଡ ରେକର୍ଡ । ୭୦ କୋଟି ଟପିଲା ଟିକାକରଣ  । ଗତ ୧୩ ଦିନରେ ଦିଆଯାଇଛି ୧୦ କୋଟି ଡୋଜ୍ । ଶେଷ ୩ ଦିନ ହେଲା ଲଗାତାର ଭାବେ ପ୍ରତ୍ୟକ ଦିନ କୋଟିଏରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ୧୦ କୋଟି ଡୋଜ୍ ଦେବାକୁ ୮୫ ଦିନ ସମୟ ଲାଗିଥିଲା । ୧୦ରୁ ୨୦ କୋଟି ଅର୍ଥାତ ଦ୍ୱିତୀୟ ୧୦ କେଟି ଡୋଜ୍ ପାଇଁ ୪୫ ଦିନ ସମୟ ଲାଗିଥିଲା ।

ତୃତୀୟ ୧୦ କୋଟି ଡୋଜ୍ ପାଇଁ ୨୪ ଦିନ, ଚତୁର୍ଥ ୧୦ କୋଟି ଡୋଜ୍ ପାଇଁ ୨୦ ଦିନ, ପଂଚମ ୧୦ କୋଟି ଡୋଜ୍ ପାଇଁ ୧୯ ଦିନ ଲାଗିଥିଲା  । କିନ୍ତୁ ୬୦ ରୁ ୭୦ କୋଟି ଡୋଜ୍ ଦେବା ପାଇଁ ମାତ୍ର ୧୩ ଦିନ ସମୟ ଲାଗିଛି । ଟିକାକରଣର ଏହି ଟ୍ରେଣ୍ଡ କହୁଛି ଟିକାକରଣ କେତେ ଜୋରରେ ଚାଲିଛି । ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ କରିବା ପାଇଁ ହେଲେ ଦୈନିକ କୋଟିଏରୁ ଅଧିକ ଟିକା ଦେବାର ଆବଶ୍ୟକତା ରହିଥିବା କହି ଆସୁଛନ୍ତି ବିଶେଷଜ୍ଞ ।