ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଗୁରୁ ଦାୟିତ୍ୱ । ଆତଙ୍କବାଦ ନିରୋଧୀ ସହ ୩ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷତା କରିବ ଭାରତ । ସୂଚନା ଦେଲେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଗୁରୁ ଦାୟିତ୍ୱ । ଆତଙ୍କବାଦ ନିରୋଧୀ ସହ ୩ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷତା କରିବ ଭାରତ । ସୂଚନା ଦେଲେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି  ।

କନକ ବ୍ୟୁରୋ : ଦିନକୁ ଦିନ ଜାତିସଂଘରେ ଭାରତର ଦବ୍ ଦବା ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ମୁତାବକ ମିଳିତ ଜାତିସଂଘର ୩ ଟି ଗୁରୁତ୍ୱପୂର୍ଣ୍ଣ ସମିତିରେ ଭାରତ ଅଧ୍ୟକ୍ଷତା କରିବ । ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ୩ ଟି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧ ସମିତି ଓ ଲିବ୍ୟା ପ୍ରତିବନ୍ଧ ସମିତି । ଏହି ୩ ଟି ସମିତିକୁ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ସମିତି ବୋଲି ବିବେଚନା କରାଯାଇଥାଏ । ଭାରତକୁ ଏହି ଦାୟିତ୍ୱ ମିଳିବା ପରେ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍ ତିରୁମୂର୍ତ୍ତି । କହିରଖୁ କି ଅଳ୍ପ କିଛିଦିନ ତଳେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତ ସ୍ଥାନ ପାଇଥିଲା ।

ତ୍ରିମୂର୍ତ୍ତି କହିଛନ୍ତି କି ୨୦୨୨ ରେ ଜାତିସଂଘରେ ଆୟୋଜିତ ହେବାକୁ ଥିବା ଆତଙ୍କବାଦ ନିରୋଧ ସମିତିରେ ଭାରତ ଅଧ୍ୟକ୍ଷତା କରିବ । ବିଶେଷ କରି ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢେଇକୁ ଏହା ଅଧିକ ବଳଶାଳୀ କରିବ ବୋଲି ତ୍ରିମୂର୍ତ୍ତି କହିଛନ୍ତି । ସାରା ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେ, କି ଆତଙ୍କବାଦ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦମନ କରିବା ଓ ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବାକୁ ଏବେ ଭାରତର ଦାୟିତ୍ୱ ବୃଦ୍ଧି ପାଇବା ସଂଗେ ସଂଗେ ଆତଙ୍କବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଜାତିସଂଘ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଏହା କେନ୍ଦ୍ରସରକାରଙ୍କ ସଫଳତା ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ମାନେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe