କନକ ବ୍ୟୁରୋ : ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ । ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡ୍ରୁ ଭୋର ୫ଟା ୫୯ରେ ଉତକ୍ଷେପଣ କରାଯାଇଛି । ପିଏସଏଲଭି - ସି୫୨ ସଫଳତାର ସହ ନିଜ କକ୍ଷରେ ଅବସ୍ଥାପିତ ହୋଇଛି । ଏହା ସହ ଆଉ ଦୁଇଟି ଛୋଟ ଉପଗ୍ରହ ବି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଛି । ଇଓଏସ୍-୦୪ ରାଡାର ଇମେଜିଂ ସାଟେଲାଇଟ୍ ମଧ୍ୟ ପଠାଯାଇଛି । ଏହା ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଫଟୋ ଉଠାଇପାରିବ ।

Advertisment

ଭୂମିର ଆଦ୍ରତା, ଜଳର ଅବସ୍ଥିତି, ଜଳବିଜ୍ଞାନ, ଜଙ୍ଗଲ ଓ ବନୀକରଣ, କୃଷି, ବନ୍ୟା ଆକଳନ ଆଦି କ୍ଷେତ୍ରରେ ଏହି ଫଟୋ ବେଶ୍ ଉପଯୋଗୀ ହୋଇପାରିବ । ଏହାର ଓଜନ ୧୭୧୦ ଗ୍ରାମ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହା ସହ ଆଉ ଏକ ଷ୍ଟୁଡେଂଟ ସାଟେଲାଇଟ୍ ମଧ୍ୟ ଉତକ୍ଷେପଣ କରାଯାଇଛି । ଏହାକୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ରେ ଏହା ହେଉଛି ପ୍ରଥମ ମିସନ୍ ଲଂଚ ।