କନକ ବ୍ୟୁରୋ : ବଢୁଛି ଭାରତ-ଚୀନ ସୀମା ବିବାଦ । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ ସେନା ସମରାଭ୍ୟାସ କରୁଥିବା ବେଳେ ଉତ୍ତର-ପୂର୍ବ ଏଲଏସିରେ ବିଶାଳ ସମରାଭ୍ୟାସ କରିବାକୁ ଯୋଜନା କରିଛି ଭାରତ । ଭାରତୀୟ ବାୟୁସେନା ସୀମା ନିକଟରେ ଥିବା ପ୍ରମୁଖ ବାୟୁସେନା ଘାଟି ସହ ଏଲଏସି ନିକଟରେ ଆସନ୍ତା କିଛି ଦିନ ମଧ୍ୟରେ ‘ପ୍ରଳୟ’ ସମରାଭ୍ୟାସ କରିବ । ଏଥିରେ ବାୟୁସେନାର ପ୍ରମୁଖ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ବିମାନଗୁଡିକ ସାମିଲ ହେବ ବୋଲି ସୂଚନା ମିଳିଛି ।
ଭାରତ ପୂର୍ବରୁ ଉତ୍ତର-ପୂର୍ବ ଏଲଏସିରେ ଏସ୪୦୦ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଥିବା ବେଳେ ଏଭଳି ସମାରାଭ୍ୟାସ ଯୋଜନା ବଡ ସାମରିକ ରଣନୀତର ସଙ୍କେତ ଦେଉଛି । ଗତକାଲି ଭାରତ ଚୀନ ସୀମାରେ ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟର ସାମରିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଚୀନ୍ ରାଷ୍ଟ୍ରପତି । ଭାରତ ସୀମାରେ ଚୀନର ଯୁଦ୍ଧ ବିମାନ ମୁତୟନ, ସ୍ଥାୟୀ ଶିବିର ନିର୍ମାଣ, ସାମରିକ ପରିବହନ ଏବଂ ଯୋଗାଣ ବାବଦରେ ଜିନପିଙ୍ଗ ବିସ୍ତୃତ ଆଲୋଚନା କରିଥିଲେ ।
ପିଏଲ୍ଏ ମୁଖ୍ୟାଳୟରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିନପିଙ୍ଗ ଯବାନଙ୍କୁ ଉଦବୋଧନ ଦେଇଥିଲେ । ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ସ୍ଥିତି ଏବଂ ପ୍ରତିକୂଳ ପାଣିପାଗ ସମ୍ପର୍କରେ ମଧ୍ୟ ଜିନପିଙ୍ଗଙ୍କୁ ଅବଗତ କରାଯାଇଥିଲା । ପୂର୍ବ ଲଦାଖରେ ୨୦୨୦ ମେ’ ୫ ତାରିଖରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ପୂର୍ବ ଲଦାଖ ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ୧୭ ରାଉଣ୍ଡ କଥାବାର୍ତ୍ତା କରିଥିଲେ ମଧ୍ୟ ବିଫଳ ହୋଇଛି । ସେପଟେ ଭାରତ ମଧ୍ୟ ସତର୍କ ରହିଛି । ସୀମାରେ ଭାରତୀୟ ସେନା ସଜାଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/soldiers-indian-army-attacks-terrorist_ea5e6c7e-b49b-11e8-ab60-f008577e130d.webp)