କନକ ବ୍ୟୁରୋ : ଏଲପିଜି ପରେ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଅନେକ ଦିନ ହେବ ଉଭୟ ଇନ୍ଧନ ଦରରେ ସଂଶୋଧନ କରିନାହାନ୍ତି ତେଲ କମ୍ପାନୀ । ପ୍ରଥମ ତୈମାସରେ ତେଲ କମ୍ପାନୀ ଗୁଡ଼ିକର ଲାଭ ଆଶାତୀତ ବୃଦ୍ଧି ପାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ସ୍ତରରେ ରହିଛି ।

Advertisment

ଏପରି ସ୍ଥିତିରେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି କହିଛନ୍ତି । ମନ୍ତ୍ରୀ କହିଛନ୍ତି, ତେଲ ଦର କମାଇବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

- ୨୦୨୧ ନଭେମ୍ବର ୪ରେ ପେଟ୍ରୋଲ ଉପରୁ ୫ ଟଙ୍କା ଟିକସ ହ୍ରାସ ହୋଇଥିଲା
- ସେହିପରି ଡିଜେଲ ଉପରୁ ୧୦ ଟଙ୍କାର ଟିକସ ହ୍ରାସ କରାଯାଇଥିଲା
- ୨୦୨୨ ମେ’ ୨୨ରେ ପେଟ୍ରୋଲରୁ ଆଉ ୮ ଓ ଡିଜେଲରୁ ୬ ଟଙ୍କା ଟିକସ କମିଥିଲା
- ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୪୦ ଡଲାରକୁ ବୃଦ୍ଧି ପାଇଥିଲା
- ଏବେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ସ୍ତରରେ ରହିଛି
- ହେଲେ ଏପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ହ୍ରାସ ହେଉନାହିଁ
- ୨୦୨୨ ଏପ୍ରିଲ ପ୍ରଥମ ସପ୍ତାହରୁ ଉଭୟ ତେଲରର ଦର ଅପରିବର୍ତ୍ତିତ ରହିଛି