ଟି-୨୦ ବିଶ୍ୱକପରେ ଭାରତର ଏକତରଫା ବିଜୟ । ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୯୬ ରନରେ ଅଲଆଉଟ ହୋଇଥିଲା ଆୟର୍ଲାଣ୍ଡ

155

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ କ୍ରିକେଟରେ ଭାରତର ଦମଦାର ବିଜୟ । ଭାରତ ତାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଛି । ବିରାଟ କୋହଲୀ ଆଉଟ ହେବା ପରେ ରୋହିତ ଶର୍ମା ଓ ଋଷଭ ପନ୍ଥଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ମ୍ୟାଚ ଜିତିଛି । ରୋହିତ ଶର୍ମା ୩୭ ବଲରେ ୫୨ ରନ କରିଥିଲେ । କିନ୍ତୁ କାନ୍ଧରେ ଆହତ କାରଣରୁ ପାଭଲିୟନ ଫେରିଯାଇଥିଲେ ।

ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୯୬ ରନରେ ସମସ୍ତ ୱିକେଟ ହରାଇଥିଲା । ଆଉ ଭାରତ ୧୨ ଓଭର ୨ଟି ବଲରେ ବିଜୟ ପାଇଁ ଆବଶ୍ୟକ ୯୭ ରନ ସଂଗ୍ରହ କରିନେଇଥିଲା । ୩ ଓଭରରେ ୧ ମେଡେନ ଓ ୬ରନରେ ୨ଟି ୱିକେଟ ନେଇ ବୁମରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଟି-୨୦ ବିଶ୍ୱକପରେ ଆୟର୍ଲାଣ୍ଡଠାରୁ ଭାରତ କେବେ ବି ହାରିନାହିଁ । ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ୮ଟି ମ୍ୟାଚ ମଧ୍ୟରୁ ସବୁ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଟି-୨୦ ବିଶ୍ୱକପ ଇତିହାସରେ ଦୁଇଦେଶ ପ୍ରଥମେ ୨୦୦୯ରେ ମୁହାଁମୁହିଁ ହୋଇଥିଲେ ।