ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।

116

କନକ ବ୍ୟୁରୋ: ଭାରତର ପରବର୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ପରବର୍ତି ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି । ଏପ୍ରିଲ ୨୩ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ସୁପାରିଶକ୍ରମେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ ଏନଭି ରମନ୍ନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ।

ଏପ୍ରିଲ ୨୪ତାରିଖରେ ଜଷ୍ଟିସ ଏନଭି ରମନ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଓ ତାଙ୍କର କାର୍ଯ୍ୟକାଳ ୨୬ଅଗଷ୍ଟ ୨୦୨୦ରେ ଶେଷ ହେବ । ବୋବଡେଙ୍କ ପରେ ଜଷ୍ଟିସ ଏନଭି ରମନ୍ନା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଆନ୍ଧ୍ର ପ୍ରଦେଶ ସ୍ଥିତକ୍ରୀଷ୍ଣା ଜିଲ୍ଲାର ପୁନାଭରମ ଗାଁର ଏକ ଚାଷୀ ପରିବାରରୁ ଆସିଛନ୍ତି । ଜଷ୍ଟିସ ରମନ୍ନା ଜଣେ ଆଇନଜୀବୀ ଭାବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ୧୯୮୩ରେ ବୃତି ଆରମ୍ଭ କରିଥିଲେ ।

ଏହାପରେ ସେ ଆନ୍ଧ୍ରପ୍ରଦେଶରେ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ମସିହା ଜୁନ୍ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।