ଟିକାକରଣରେ ବିଶ୍ୱରେ ଭାରତର ରେକର୍ଡ : ଦିନକରେ ଦିଆଗଲା ୨କୋଟି ୫୦ ଲକ୍ଷ ଡୋଜ

93

କନକ ବ୍ୟୁରୋ : ଟିକାକରଣରେ ବିଶ୍ୱରେ ରେକର୍ଡ କଲା ଭାରତ । ଦିନକରେ ଅଢେଇ କୋଟି ଲୋକ ନେଲେ ଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଟିକାକରଣରେ ଏହି ରେକର୍ଡ ହାସଲ କରିଛି ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ଜୁନ୍ ମାସରେ ଚୀନ ଦିନକରେ ସର୍ବାଧିକ ୨ କୋଟି ୪୭ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିଥିଲା ।

ତେବେ ଭାରତର ଏହି ରେକର୍ଡ ଟିକାକରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଶୁଭେଚ୍ଛା ଜଣାଇଛି । ଯଦି ଏହି ଟିକାକରଣକୁ ହିସାବ କରାଯାଏ ପ୍ରତି ମିନିଟିରେ ୪୮ ହଜାର ଏବଂ ପ୍ରତି ସେକେଣ୍ଡରେ ୮୦୦ ଲୋକ ଟିକା ନେଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୬, ଅଗଷ୍ଟ ୨୭ ଏବଂ ୩୧ ତାରିଖରେ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା ।