କନକ ବ୍ୟୁରୋ : ଟିକାକରଣରେ ବିଶ୍ୱରେ ରେକର୍ଡ କଲା ଭାରତ । ଦିନକରେ ଅଢେଇ କୋଟି ଲୋକ ନେଲେ ଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଟିକାକରଣରେ ଏହି ରେକର୍ଡ ହାସଲ କରିଛି ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ଜୁନ୍ ମାସରେ ଚୀନ ଦିନକରେ ସର୍ବାଧିକ ୨ କୋଟି ୪୭ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିଥିଲା ।
ତେବେ ଭାରତର ଏହି ରେକର୍ଡ ଟିକାକରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଶୁଭେଚ୍ଛା ଜଣାଇଛି । ଯଦି ଏହି ଟିକାକରଣକୁ ହିସାବ କରାଯାଏ ପ୍ରତି ମିନିଟିରେ ୪୮ ହଜାର ଏବଂ ପ୍ରତି ସେକେଣ୍ଡରେ ୮୦୦ ଲୋକ ଟିକା ନେଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୬, ଅଗଷ୍ଟ ୨୭ ଏବଂ ୩୧ ତାରିଖରେ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/4-30.jpg)