ଆସିବ ଯୋଦ୍ଧା, ଜଗିବ ସୀମା... ଶତ୍ରୁର ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ । ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର ରହିଛି କ୍ଷମତା

Advertisment
ଆସିବ ଯୋଦ୍ଧା, ଜଗିବ ସୀମା... ଶତ୍ରୁର ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ । ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର ରହିଛି କ୍ଷମତା

ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଲାଗିରହିଥିବା ଉତେଜନା କାରଣରୁ ଭାରତ ପାଇଁ ଏବେ ସୀମାର ସୁରକ୍ଷା ଅଧିକ ଜରୁରୀ ହୋଇପଡିଛି । ଚୀନ ସାମାକୁ ଲାଗିରହିଥିବା ନିୟନ୍ତ୍ରଣ ରେଖା ଏଲଏସି ଏବଂ ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସିରେ ଏବେ ସର୍ବାଧିକ ଆଲର୍ଟରେ ରହିଛି ସେନା । ଏଭଳି ସମୟରେ ସୀମାରେ ଶତ୍ରୁର ମୁକାବିଲା ପାଇଁ ଭାରତ ରିଆରି କରୁଥବା ଷ୍ଟିଲଥ ଡ୍ରୋନ, ଆଗାମୀ ଦିନରେ ବାୟୁସେନାର କ୍ଷମତାକୁ ଆହୁରି ବଢାଇ ଦେବ ବୋଲି ଆକଳନ କରାଯାଉଛି ।

ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଛଦ୍ମ ଯୁଦ୍ଧ ଯୋଗୁଁ ଭାରତ ନିଜ ସୀମାର ସୁରକ୍ଷା ପାଇଁ ଏବେ ସର୍ବାଧିକ ଆଲର୍ଟରେ ରହିଛି। ଏଭଳି ସମୟରେ ଭାରତ ତିଆରି କରୁଥିବା ଷ୍ଟିଲ୍‌ଥ ଡ୍ରୋନ୍‌ ଆଗାମୀ ଦିନରେ ବାୟୁସେନାର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହେବାକୁ ଯାଉଛି। ଅତି ଘାତକ ତଥା ଅତ୍ୟାଧୁନିକ ଅସ୍ତ୍ରରେ ସଜ୍ଜିତ ଏହି ଡ୍ରୋନ୍‌ ଶତ୍ରୁ ପକ୍ଷର ଯେ କୌଣସି ରାଡାରକୁ ଚକ୍‌ମା ଦେଇ ଶତ୍ରୁକୁ ବିନାଶ କରିବାର କ୍ଷମତା ରଖୁଛି। ଏବେ ବାଙ୍ଗାଲୋରରେ ଚାଲିଥିବା ‘ଏରୋ ଇଣ୍ଡିଆ ସୋ’ରେ ଭାରତର ଏହି ‘ୱାରିଅର୍‌ ଡ୍ରୋନ୍‌’ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।

ଏହି ଡ୍ରୋନ୍‌କୁ ୱାରିଅର୍‌ (ଯୋଦ୍ଧା) ନାମରେ ନାମିତ କରାଯାଇଛି ଏବଂ ସଂପୂର୍ଣ୍ଣ ସ୍ବଦେଶୀ ଯୁଦ୍ଧ ବିମାନ ତେଜସ୍‌ର ଫ୍ଲାଟ୍‌ଫର୍ମରେ ଏହି ଡ୍ରୋନ୍‌ର ବିକାଶ କରାଯାଉଛି। ଯୁଦ୍ଧ ସମୟରେ ଅନ୍ୟ ତେଜସ ବିମାନରେ ଥିବା ପାଇଲଟ୍‌ଙ୍କ ସହ ତାଳମେଳ ରଖି ଏହି ଡ୍ରୋନ୍‌ ଟାର୍ଗେଟ୍‌ ଧ୍ବସ୍ତ କରିବ। ଭବିଷ୍ୟତର ଯୁଦ୍ଧ କେବଳ ବାୟୁସେନାର ଶକ୍ତି ଉପରେ ଅଧିକ ନିର୍ଭରଶୀଳ ରହିବାକୁ ଥିବାରୁ ଭାରତର ଏହି ଷ୍ଟିଲ୍‌ଥ ଡ୍ରୋନ୍‌ ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବ। ୱାରିଅର୍‌ ଡ୍ରୋନ୍‌ ବିଶ୍ବର ଅନ୍ୟ ଆକ୍ରମଣକାରୀ ଡ୍ରୋନ୍‌ଠାରୁ ସଂପୂର୍ଣ୍ଣ ଅଲଗା ଏବଂ ଏହାକୁ କୌଣସି ସର୍ଭେଲାନ୍ସ ସିଷ୍ଟ୍‌ମ ଧରି ପାରିବ ନାହିଁ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe