ଟିକାକରଣରେ ଦେଶରେ ରେକର୍ଡ : ଗୋଟିଏ ଦିନରେ ହେଲା କୋଟିଏ ଟିକାକରଣ

ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି;୬୨ କୋଟି ଟପିଲା ମୋଟ୍ ଟିକାକରଣ

121

କନକ ବ୍ୟୁରୋ : ଟିକାକରଣରେ ମାଇଲ ଖୁଣ୍ଟ ଛୁଇଁଛି ଭାରତ । ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଜାନୁୟାରୀ ୧୬ ତାରିଖରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ଗୋଟିଏ ଦିନର ଟିକାକରଣରେ ଆଜି ରେକର୍ଡ ସୃଷ୍ଟି ହୋଇଛି । ଆଜି ୧ କୋଟି ୬୪ ହଜାର ୩୨ ଡୋଜ୍ ଟିକା ଦିଆଯାଇଥିବା ସୂଚନା ମିଳିଛି । ଏ ନେଇ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛ, ଦିନକରେ କୋଟିଏ ଟିକା ଦିଆଯିବା ଏକ ବଡ଼ ଉପଲବ୍ଧି ।

ଟିକା ନେଇଥିବା ବ୍ୟକ୍ତି ଏବଂ ଟିକାକରଣକୁ ସଫଳ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ମୋଟ ୬୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟ ଆଉ ଏକ ମାଇଲ ଖୁଣ୍ଟ । ଏପର୍ଯ୍ୟନ୍ତ ୬୨ କୋଟି ୧୭ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୪୮ କୋଟି ୮ ଲକ୍ଷରୁ ଅଧିକ ଲୋକ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୧୪ କୋଟି ୮ ଲକ୍ଷରୁ ଅଧିକ ଲୋକ ନେଇଛନ୍ତି ସଂପୂର୍ଣ୍ଣ ୨ ଡୋଜ୍ ଟିକା ।