ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । 

Advertisment
ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । 

କନକ ବ୍ୟୁରୋ: ଦେଶରେ ବଢୁୁଥିବା କରୋନା ସଂକ୍ରମଣ ସଂଖ୍ୟା ଭିତରେ, ସମସ୍ତଙ୍କୁ ଆଶ୍ୱସ୍ତିକଲା ଭଳି ଏକ ଖବରଟିଏ ଆସିଛି, ଯେତେବେଳେ ଡ୍ରଗ୍ କଂଟ୍ରୋଲର ଜେନୋଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ, କରୋନା ଚିକିତ୍ସା ପାଇଁ ଡିଆର୍ଡିଓ ପ୍ରସ୍ତୁତ କରିଥିବା ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଅନେକ ଟିକା ଭିତରେ ପ୍ରଥମ ଥର ପାଇଁ ଆସିଛି କରୋନା ଔଷଧ ।

ଡିଆର୍ଡିଓ ଏବଂ ସିସିଏମ୍ବି ର ମିଳିତ ଉଦ୍ୟମରେ ଏହି ଔଷଧକୁ ନିର୍ମାଣ କରାଯାଇଛି । ଏହି ଔଷଧର ନାଁ ରହିଛି ଟୁ-ଡିଜି । ହାଇଦ୍ରବାଦରେ ଥିବା ଡକ୍ଟର ରେଡ୍ଡୀ କଂପାନୀର ଲାବୋରୋଟାରୀରେ ଏହି ଔଷଧର ନିର୍ମାଣ କରାଯାଉଛି ।

କେମିତି ଖାଆବେ ଡିଆର୍ଡିଓର କରୋନା ଔଷଧ?

-ଏହି ଔଷଧ ପାଉଡ଼ର ଭଳି ଥାଏ । ଯାହାକୁ ପାଣିରେ ମିଶାଇ ଖାଇବାକୁ ହୁଏ । ଏହି ଔଷଧ ସଂକ୍ରମିତ କୋଷଗୁଡ଼ିକ ନିକଟରେ ଜମା ହେବା ପରେ ସଂକ୍ରମଣ ରୋକିବା ଦିଗରେ କାମ କରେ ।

ଡିଆର୍ଡିଓ’ର ବୈଜ୍ଞାନିକମାନେ ଗତବର୍ଷ ଏପ୍ରିଲ ମାସରେରେ ଏହି ଔଷଧର ପରୀକ୍ଷଣ କରିଥିଲେ । ପରୀକ୍ଷଣ ପରେ ଜଣାପଡ଼ିଥିଲା ଯେ, ଏହା କରୋନା ଭୂତାଣୁକୁ ରୋକିବାରେ ସହାୟକ ହେଉଛି । ଏହି ଆଧାରରେ ଗତବର୍ଷ ମେ’ ମାସରେ ଏହାର ଦ୍ୱିତୀୟ ଫେଜ୍ ଟ୍ରାଏଲ୍ କରିବାକୁ ଅନୁମତି ଦିଆଯାଇଥିଲା । ଆଉ ଡିସେମ୍ବରରୁ ମାର୍ଚ୍ଚ ୨୦୨୧ ଭିତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟର ପରିଣାମ

- ୧୧ଟି ହସ୍ପିଟାଲରେ ୧୧୦ ଜଣ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିଲା

- ଯେଉଁ ରୋଗୀଙ୍କ ଉପରେ ପରୀକ୍ଷଣ ହୋଇଥିଲା, ସେମାନେ ଶୀଘ୍ର ସୁସ୍ଥ ହୋଇଥିଲେ

ତୃତୀୟ ପର୍ଯ୍ୟାୟର ପରିଣାମ

-ଦେଶର ୨୭ଟି ହସ୍ପିଟାଲର ୨୨୦ ଜଣ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିଲା

- ପରୀକ୍ଷଣ ହୋଇଥିବା ରୋଗୀ ଶୀଘ୍ର ସୁସ୍ଥ ହୋଇଥିଲେ

- ରୋଗୀଙ୍କ ଅକ୍ସିଜେନ୍ ନିର୍ଭରଶୀଳତାର ମାତ୍ରା ମଧ୍ୟ କମିଥିବା ଦେଖିବାକୁ ମିଳିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe