ବିଷ ବଳୟରେ ପୂରା ଭାରତ ! ସାରା ବିଶ୍ୱରେ ଭାରତ ସବୁଠୁ ଅଧିକ ପ୍ରଦୂଷିତ ଦେଶ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ, ଜାଣନ୍ତୁ ଭୁବନେଶ୍ୱର ପ୍ରଦୂଷିତ କି ନୁହେଁ

34

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତ, ସବୁଠୁ ଅଧିକ ପ୍ରଦୂଷିତ ଦେଶ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ରିପୋର୍ଟରେ ଆସିଛି ଏଭଳି ଚାଂଚଲ୍ୟକର ତଥ୍ୟ । ବିଶ୍ୱର ୧୫ଟି ପ୍ରଦୂଷିତ ସହର ଭିତରୁ ଭାରତର ୧୪ ଟି ସହର ରହିଛି । କାନପୁରର ସ୍ଥିତି ସବୁଠୁ ସଂଗୀନ ରହିଛି । ତା ପଛକୁ ଫରିଦାବାଦ, ବାରାଣାସୀ ଓ ଗୟା ଭଳି ସହର ରହିଛନ୍ତି । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ବିଶ୍ୱର ଚତୁର୍ଥ ସର୍ବବୃହତ ପ୍ରଦୁଷିତ ମେଗା ସହର ।

୨୦୧୦ରୁ ୨୦୧୬ ମଧ୍ୟରେ ଏହି ସର୍ଭେକ୍ଷଣ କରାଯାଇଥିବାବେଳେ ଜେନେଭାରେ ରିପୋର୍ଟ ପ୍ରକାଶ କରିଥିଲା ଡବ୍ଲୁଏଚଓ । ଏହିସବୁ ସହରରେ ପ୍ରଦୂଷଣର ମାତ୍ରା ୨ଦଶମିକ ୫ ପିଏମ ରହିଛି । ଯାହା ପ୍ରଦୂଷଣର ମାତ୍ରା ମାପ କରିବାର ଏକ ଏକକ । ଏବଂ ଅତି ଦୂଷିତ ଶ୍ରେଣୀରେ ଆସୁଛି । ଏହାଛଡା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ପ୍ରତି ୧୦ ଜଣରେ ୯ଜଣ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ଗ୍ରହଣ କରୁଛନ୍ତି ।

ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକ ବାୟୁ ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି । କେବଳ ୨୦୧୬ରେ ୪୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ଜନିତ ରୋଗ, ଫୁସଫୁସ କ୍ୟାନସର ଓ ହୃଦଘାତ ଭଳି ମାରାତ୍ମକ ରୋଗ ଦେଖାଦେଉଛି ।