କନକ ବ୍ୟୁରୋ : ଦିନକ ପାଇଁ ଘୁଂଚିଲା ମିଶନ ଚନ୍ଦ୍ରଯାନ ୩ । ବହୁପ୍ରତିକ୍ଷିତ ଚନ୍ଦ୍ରାଯାନ ୩ ଉତକ୍ଷେପଣ ତାରିଖ ଜୁଲାଇ ୧୩ ପରିବର୍ତେ ଜୁଲାଇ ୧୪ ଅପରାହ୍ନ ୨ ଟା ୩୫ ମିନିଟରେ କରାଯିବ । ଶ୍ରୀହରିକୋଟା ସ୍ଥିତ ଲଂଚ ପ୍ୟାଡରୁ ଚନ୍ଦ୍ରପୃଷ୍ଟରେ ସୁରକ୍ଷିତ ଭାବେ ଚନ୍ଦ୍ରଯାନ ୩ କୁ ଅବତରଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଚନ୍ଦ୍ରଯାନ ୨ ମିଶନ ଶେଷ ପଯ୍ୟାୟରେ ବିଫଳ ହୋଇଥିଲା । ଚନ୍ଦ୍ର ଯାନ ୩ ଦ୍ୱାରା ଏହି ଅପୁରା ମିଶନ କୁ ପୁରଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ସେହିପରି ଅଗଷ୍ଟ ୨୩ କିମ୍ବା ୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଟରେ ଲ୍ୟାଣ୍ଡ କରିପାରେ ଚନ୍ଦ୍ରଯାନ ୩ । ଏନେଇ ଇସ୍ରୋ ତରଫରୁ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି ।