କନକ ବ୍ୟୁରୋ : ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ । କୌଣସି ବି ବ୍ୟାଟସ ମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ ଛୁଇଁପାରିନାହାନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ ଦ୍ୱିତୀୟ ଇନିଂସ ରନ୍ ।
ଭାରତ ପ୍ରଥମ ଇନିଂସରେ ୨୪୪ ୱିକେଟ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ କରି ପଛୁଆ ରହିଥିଲା । ଆଜି ତୃତୀୟ ଦିନରେ ନିର୍ଣ୍ଣାୟକ ଫଳାଫଳ ଆସିବାକୁ ଥିବାବେଳେ ଭାରତ ଅଷ୍ଟ୍ରେଲିଆର ବୋଲିଂ ସମ୍ମୁଖୀନ ହୋଇନପାରି ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଛି ।