ତୃତୀୟ ଦିନରେ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ପଦକ ଆଶା; ସୁଟିଂ, ହକି ଓ ବ୍ୟାଡମିଣ୍ଟନ ଉପରେ ସମସ୍ତଙ୍କ ନଜର

ତୃତୀୟ ଦିନରେ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ପଦକ ଆଶା; ସୁଟିଂ, ହକି ଓ ବ୍ୟାଡମିଣ୍ଟନ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: ତୃତୀୟ ଦିନରେ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ପଦକ ଆଶା। ମନୁ ଭାକରଙ୍କ ପରେ ୨ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତାଙ୍କ ଠାରୁ ମେଡାଲ ଆଶା ଉଜ୍ଜୀବିତ। ସେପଟେ ଆଜି ଗ୍ରୁପ୍ ପର୍ୟ୍ୟାୟରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ହକି ଦଳ। ବ୍ୟାଡମିଣ୍ଟନରେ ଏସ. ରାଙ୍କିରେଡ୍ଡୀ-ଚିରାଗ ସେଠୀ ସୁଟିଂର ଯୋଗ୍ୟତା ପର୍ୟ୍ୟାୟରେ ମନୁ ଭାକର, ସରବଜୋତ ସିଂହ, ରିଦିମ୍ ସାଙ୍ଗୱାନ ଓ ଅର୍ଜୁନ ସିଂ ଚିମାଙ୍କ ପ୍ରଦର୍ଶନ ଉପରେ ରହିବ ନଜର।

ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ କ୍ୱାଲିଫିକେସନ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିବ ରମିତା ମେଡାଲ ଆଶା ସଞ୍ଚାର କରିଛନ୍ତି। ସେହିପରି ପୁରୁଷ ୧୦ ମିଟର ଏୟାର ରାଇଫଲ୍ସରେ ଇଭେଣ୍ଟ କ୍ବାଲିଫିକେସନ ରାଉଣ୍ଡରେ ଅର୍ଜୁନ ୬୩୦.୧ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହି ଫାଇନାଲରେ ପହଁଚିଛନ୍ତି। ସେହିପରି ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡକୁ ପରାସ୍ତ କରିବା ପରେ ଆଜି ଆର୍ଜେଣ୍ଟିନା ବିପକ୍ଷରେ ଓହ୍ଲାଇବ ଭାରତୀୟ ହକି ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe