କନକ ବ୍ୟୁରୋ : ୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ ହେଉଛି । ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତୀୟ ଅଣ୍ଡର - ନାଇନଟିନ୍ କ୍ରିକେଟ୍ ଟିମ୍ । ବ୍ଲୋଏମଫଟେନଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ଗୋଟାଏ ୩୦ ମିନିଟରେ ଖେଳାଯିବ । ଏଥରର ବିଶ୍ୱକପ୍ ଦଳ ଉଦୟ ସରଣଙ୍କ ଅଧିନାୟକତ୍ୱରେ ଖେଳୁଛି । ଦଳରେ ମହାରାଷ୍ଟ୍ରର ଅଲରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟ୍ କିପର ଓ ବ୍ୟାଟର ଆରାଭଲି ଅଭିନାଶ , ବାମହାତୀ ସ୍ପିନର ତଥା ଉପ-ଅଧିନାୟକ ସାଉମିକୁମାର ପାଣ୍ଡେ ଆଦି ଖେଳାଳି ରହିଥିବାରୁ ଭାରତ ଏଥର ବିଶ୍ୱକପ୍ ପାଇଁ ଦାବିଦାର ବୋଲି ଆକଳନ କରାଯାଉଛି ।
ଅର୍ଶିନ ଓ ଅଭିନାଶ ପୂର୍ବରୁ ଆପିଏଲରେ ମଧ୍ୟ ଖେଳିସାରିଛନ୍ତି । ଏହି ବିଶ୍ୱକପ ଇତିହାସରେ ଭାରତ ସବୁଠାରୁ ସଫଳତମ ଦେଶ । ୨୦୦୦ ମସିହାରେ ମହମ୍ମଦ କୈଫଙ୍କ ଅଧିନରେ ଭାରତ ପ୍ରଥମଥର ଯୁବ ବିଶ୍ୱକପ୍ ବିଜେତା ହୋଇଥିଲା । ଏହାପରେ ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮ରେ, ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ୨୦୧୨ରେ, ପୃଥ୍ୱି ସ’ ଙ୍କ ନେତୃତ୍ୱରେ ୨୦୧୮ରେ ଏବଂ ୟଶ ଧୂଲଙ୍କ ଅଧିନାୟକତ୍ୱରେ ୨୦୨୨ରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/32-13.jpg)