କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ । ଜାଭଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା । ଗ୍ରୁପ୍ ‘ଏ’ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ ଚୋପ୍ରା । ଫାଇନାଲରେ ପହଂଚିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୩.୫ ମିଟର ଟାର୍ଗେଟ୍ ରହିଥିଲା । କିନ୍ତୁ ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋ କରି ଫାଇନାଲ ପାଇଁ ସ୍ଥାନ ପକ୍କା କରିନେଇଛନ୍ତି  । ଏସିଆନ୍ ଗେମ୍ସ, କମନୱେଲ୍ଥ ଗେମ୍ସ, ଏସିଆନ୍ ଚାମ୍ପିଅନ୍ସିପ୍, ସାଉଥ ଏସିଆନ୍ ଗେମ୍, ୱାଲ୍ଡ ଜୁନିଅର ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି ନୀରଜ । ତେଣୁ ତାଙ୍କ ଠାରୁ ଟୋକିଓ ଅଲିମ୍ପିକ୍ସରୁ ଗୋଲ୍ଡ ମେଡାଲ ଆଶା କରୁଛି ଭାରତ ।

Advertisment

ସେପଟେ ରେସଲିଂ ପ୍ରତିଯୋଗିତାରେ ଆସିଛି ଭାରତ ପାଇଁ ଏକ ଖୁସି ଖବର । କୁସ୍ତି ଯୋଦ୍ଧା ରବି କୁମାର ଦହିୟା ୫୭ କେଜି ଫ୍ରିଷ୍ଟାଇଲର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ କାଜଗସ୍ତାନର କୁସ୍ତି ଯୋଦ୍ଧା ନୁରସିଲାମ ସନାୟେଭଙ୍କୁ ପରାସ୍ତ କରି ସେ ଏହି ଐତିହାସିକ ସଫଳତା ପାଇଛନ୍ତି । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ ରବି ଦହିୟା । ତେବେ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ରବି କୁମାର ଦହିୟାଙ୍କୁ ପଦକ ମିଳିବା ପକ୍କା । ୨୦୧୨ ମସିହାରେ ଲଣ୍ଡନ ଅଲମ୍ପିକ୍ସରେ ସୁଶୀଲ କୁମାର ଫାଇନାଲ ଖେଳିଥିବା ବେଳେ ରବି ଦହିୟା ଦ୍ୱିତୀୟ ଭାରତୀୟ ଭାବେ କୁସ୍ତିର ଫାଇନାଲ ଟିକେଟ ପାଇଛନ୍ତି । ସେପଟେ ଦୀପକ ପୁନିଆ ୮୬ କେଜି ଫ୍ରିଷ୍ଟାଇଲ ରେସଲିଂ ସେମିଫାଇନାଲରେ ଆମେରିକାର ଡେଭିଡ ମୋରିସ ଠାରୁ ପରାଜିତ ହୋଇଛନ୍ତି । ଦୀପକ ପୁନିଆ, ବ୍ରୋଞ୍ଜ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ ।