କନକ ବ୍ୟୁରୋ : ବିଶ୍ୱରେ ମହାଶକ୍ତି ତାଲିକାରେ ଆମେରିକା, ଚୀନ୍ ଏବଂ ଋଷ ପରେ ଆସେ ଭାରତର ନାଁ । ଏହି ତିନି ମହାଶକ୍ତି ତାଙ୍କର ସାମରିକ ଶକ୍ତିକୁ ପ୍ରତିବର୍ଷ ବଢାଇଚାଲିଥିବା ବେଳେ ପଛରେ ପଡିନି ଭାରତ । ଭାରତ ମଧ୍ୟ ପ୍ରତିବର୍ଷ ତାର ସାମରିକ ଶକ୍ତିକୁ ବଢାଇଚାଲିଛି । ଆଉ ଭାରତ ପାଖରେ ଏପରି ୫ଟି ଅତ୍ୟାଧୁନିକ ଅସ୍ତ୍ର ରହିଛି ଯାହାକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟ ଭାରତକୁ ଭୟ କରନ୍ତି । ଏବେ ଆସନ୍ତୁ ଜାଣିବା ଭାରତର ସେହି ୫ ବ୍ରହ୍ମାସ୍ତ୍ର ବିସୟରେ
ତେଜସ୍ ମାର୍କ-୧ ଫାଇଟର ଜେଟ୍ :
ଭାରତରେ ନିର୍ମିତ ତେଜସ୍ ମଲ୍ଟି ରୋଲ ଫାଇଟର ଜେଟ୍ କଥା ଯଦି କହିବା, ଏହା ଏକ ହାଲୁକା ଫାଇଟର୍ ଜେଟ ଅଟେ । ଏହାର ଲମ୍ବ ୪୩.୪ ଫୁଟ୍, ଉଚ୍ଚତା ୧୫.୫ ଫୁଟ୍ ଏବଂ ଏହାର ପଙ୍ଖର ଆକାର ୨୬.୧୧ ଫୁଟ୍ ରହିଛି । ଏହି ଫାଇଟର ଜେଟର ଓଜନ ୬୫୦୦ କେଜି କିନ୍ତୁ ସମସ୍ତ ଜିନିଷ ଏବଂ ଫୁଏଲକୁ ମିଶାଇଦେଲେ ଏହାର ଓଜନ ୧୩, ୫୦୦ କେଜି ହୋଇଯାଇଥାଏ । ଏହି ଏୟାରକ୍ରାପ୍ଟର ଘଣ୍ଟା ପ୍ରତି ବେଗ ୧୮୫୦ କିମି ରହିଥିବା ବେଲେ ଏହା ୫୩ ହଜାର ଫୁଟ ଉଚ୍ଚରେ ଉଡିବାର କ୍ଷମତା ରଖିଛି । ଏଥିରେ ୮ଟି ରକେଟ୍, ଭିନ୍ନ ଭିନ୍ନ ପ୍ରକାରର ମିଜାଇଲ୍, ଆଣ୍ଟି ରେଡିଏସନ୍ ଏବଂ ଆଣ୍ଟି ସିପ୍ ମିଜାଇଲ ଲଗାଯାଇପାରିବ । କେବଳ ଏତିକି ନୁହେଁ ଏଥରେ ଲେଜର ଗାଇଡେଡ୍, କ୍ଲଷ୍ଟର ମ୍ୟୁନିସନ୍, ଅନଗାଇଡେଡ୍ ବମ୍ ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଲଗାଯାଇପାରିବ ।
‘ପ୍ରଳୟ’ ମିଜାଇଲ୍
ଗତବର୍ଷ ଡେସେମ୍ବରରେ ଡିଆରଡିଓ ପ୍ରଳୟ ମିଜାଇଲର ସଫଳ ପରୀକ୍ଷଣ କରିଥିଲା । ଏହା କମ ଦୂରତା ଅତିକ୍ରମ କରିପାରୁଥିବା ଏକ ବାଲାଷ୍ଟିକ୍ ମିଜାଇଲ ଅଟେ । ଏହି ମିଜାଇଲ ୧୫୦ରୁ ୫୦୦ କିମି ରେଞ୍ଜରେ ଆସୁଥିବା ଶତ୍ରୁର ଆଡ୍ଡାକୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ସକ୍ଷମ । ଏହାର ସଠିକ୍ ମାରକ କ୍ଷମତା ଏବଂ ଏହାର ଗତି ହିଁ ଏହାକୁ ଘାତକ ମିଜାଇଲ ଭାବେ ପରିଗଣିତ କରୁଛି । ଏହି ମିଜାଇଲର ଓଜନ ୫ଟନ୍ । ଏଥିରେ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଅସ୍ତ୍ର ଲଗାଯାଇପାରିବ । ସବୁଠୁ ବଡକଥା ହେଉଛି ଏହି ମିଜାଇଲ ଟାର୍ଗେଟ ଠାରୁ ୩୩ କିମି ଦୂରରେ ପଡିଲେ ବି ସମାନ ପରିମାଣରେ କ୍ଷତି କରିଥାଏ । ଅର୍ଥାତ୍ ଲକ୍ଷସ୍ଥଳରେ ପଡିଲେ ଯେତିକି କ୍ଷତି କରିଥାଏ ଟାର୍ଗେଟ ଠାରୁ ୩୩ କିମି ଦୂରରେ ପଡିଲେ ବି ସେତିକି କ୍ଷତି କରିଥାଏ ।
ଏମ୍-୯ ରିପର ବା ପ୍ରେଡିଏଟର ଡ୍ରୋନ୍ :
ଏମ୍-୯ ରିପର ବା ପ୍ରେଡାଟର ଡ୍ରୋନକୁ ଶିକାରୀ ଡ୍ରୋନ ବୋଲି ମଧ୍ୟ କୁହାଯାଇଥାଏ । ଶିକାରୀ ଡ୍ରୋନ କହିବା ପଛର କାରଣ ହେଉଛି ଏହି ଡ୍ରୋନ୍, ବାଦୁଡି ଭଳି ରାତିରେ ଦେଖିପାରେ, ପେଚା ଭଳି ଚୁପଚାପ ଉଡି ଲକ୍ଷସ୍ଥଳରେ ପହଞ୍ଚିଯାଏ ଏବଂ ଚିଲ ଭଳି ଶିକାର ଉପରେ ଆକ୍ରମଣ କରି ଗାଏବ୍ ହୋଇଯାଏ । ସବୁଠୁ ବଡ କଥା ହେଉଛି ଏହା ଲଗାତାର ୩୫ ଘଣ୍ଟା ଯାଏଁ ଉଡିପାରିବ । ଆଉ ଶତ୍ରୁ ଉପରେ କଡା ନଜର ରଖିବ । ଭାରତର ଏହି ଡ୍ରୋନ ଭଳି ଆଉ ଏକ ଡ୍ରୋନ୍ ଆମେରିକାଠୁ ଭାରତ କିଣିବାକୁ ଯାଉଛି । ଯାହାର ନାଁ ଏମକ୍ୟୁ-୯ବି ରହିଛି । ଆମେରିକାରୁ ଏହି ଡ୍ରୋନ୍ ଆସିବା ପରେ ଭାରତ, ଚୀନ୍-ପାକିସ୍ତାନ ସୀମା ଏବଂ ସମୁଦ୍ର ସୀମାରେ ମୁତୟନ କରିପାରେ ।
ଏସ୍-୪୦୦ ଏୟାର ଡିପେନ୍ସ ସିଷ୍ଟମ୍
ଏସ୍-୪୦୦ ଏପରି ଏକ ଏୟାର ଡିଫେନ୍ସ ସିଷ୍ଟମ୍ ଯାହାର ନାଁ ଶୁଣି ଆମେରିକାବି ଭୟଭିତ ହୋଇଉଠେ । ଏସ୍-୪୦୦କୁ ଭାରତ ଯେତେବେଳେ କିଣିବା ପାଇଁ ଋସ ସହିତ ଚୁକ୍ତି କରିଥିଲା ସେତେବେଳେ ଆମେରିକା ହିଁ ଏକମାତ୍ର ରାଷ୍ଟ୍ର ଥିଲା ଯିଏ ଏହି ଡିଫେନ୍ସ ସିଷ୍ଟମକୁ ନକିଣିବା ପାଇଁ ଭାରତ ଉପରେ ନାନା ପ୍ରକାରର ଚାପ ପକାଇଥିଲା । ଏପରିକି ଭାରତ ଏହି ଡିଫେନ୍ସ ସିଷ୍ଟମ୍ କିଣିଲେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ଚେତାବନି ମଧ୍ୟ ଦେଇଥିଲା । କିନ୍ତୁ ଆମେରିକାର ନାଲିଆଖିକୁ ଖାତିର ନକରି ଭାରତ ଋଷଠାରୁ ଏସ୍-୪୦୦କୁ କିଣି ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଛି । ଯଦି ଆମେ ଏହାର ମାରକ କ୍ଷମତା ବାବଦରେ କହିବା ତେବେ, ଏହା ୪ଟି ଭାରିଆଣ୍ଟରେ ଆସିଥାଏ । ଯାହାର ରେଞ୍ଜ ୪୦ କିମି, ୧୨୦କିମି, ୨୦୦-୨୫୦ କିମି ଏବଂ ସବୁଠୁ ଅଧିକ ୪୦୦ କିମି ରେଞ୍ଜରେ ଆସିଥାଏ । ଅଲଗା ଅଲଗା ଭାରିଆଣ୍ଟର ଅଲଗା ଅଲଗା ଗତି ମଧ୍ୟ ରହିଛି । ୪୦ କିମି ରେଞ୍ଜର ଘଣ୍ଟାପ୍ରତି ଗତି ୩୧୮୫ କିମି, ୧୨୦ କିମି ରେଞ୍ଜର ଘଣ୍ଟାପ୍ରତି ଗତି ୩୬୭୫ କିମି, ୨୦୦-୨୫୦କିମି ରେଞ୍ଜର ଘଣ୍ଟାପ୍ରତି ଗତି ୭୨୮୫ କିମି ଏବଂ ୪୦୦ କିମି ରେଞ୍ଜର ଗତି ୧୭,୨୮୫ କିମି ରହିଛି । ଏସ୍-୪୦୦ ଏପରି ଏକ ଡିଫେନ୍ସ ସିଷ୍ଟମ୍ ଯାହା ଶତ୍ରୁର ଯେକୌଣସି ମିଜାଇଲକୁ ବି ଆକାଶ ମାର୍ଗରେ ଧ୍ୱଂସ କରିପାରିବ । କେବଳ ଏତିକି ନୁହେଁ ଏହା ଶତ୍ରୁର ମିଜାଇଲକୁ ଧ୍ୱଂସ କରିବା ସହିତ ଶତ୍ରୁ ଉପରେ ଆଖିପିଛୁଳାକେ ଆକ୍ରମଣ କରିବା ପାଇଁ ମଧ୍ୟ ସକ୍ଷମ ।
ରାଫେଲ ଫାଇଟର୍ ଜେଟ୍ :
ରାଫେଲକୁ ଭାରତୀୟ ବାୟୁସେନାର ବାହୁବଳି ବୋଲି କୁହାଯାଏ । ଅନ୍ୟ ଫାଇଟର୍ ଜେଟ୍ ଠାରୁ ରାଫେଲର ଗତି ସବୁଠୁ ଅଧିକ । ଏହାର ଘଣ୍ଟାପ୍ରତି ବେଗ ୧୯୧୨ କିମି ବେଳେ ଏହା ୫୧, ୯୫୨ କିମି ଉଚ୍ଚତାରେ ଉଡିବା ପାଇଁ ସକ୍ଷମ । ଏହି ଶକ୍ତିଶାଳି ଏୟାରକ୍ରାପ୍ଟରେ ଭିନ୍ନ ଭିନ୍ନ ପ୍ରକାରର ମିଜାଇଲ, ବମ୍ ଏବଂ ରକେଟ୍ ଲଗାଯାଇପାରିବ । ଏହାସହିତ ଏଥିରେ ପରମାଣୁ ବମ୍ ବି ଖଞ୍ଜାଯାଇପାରିବ । ରାପେଲ ଭାରତୀୟ ସେନାରେ ସାମିଲ ହେବା ପରେ ଆହୁରି ଶକ୍ତିଶାଳି ହୋଇଯାଇଛି ଭାରତୀୟ ବାୟୁସେନା ।