କନକ ବ୍ୟୁରୋ : ଦୁନିଆରେ ଅନେକ ପୋଲିସ ଅଫିସର ଏମିତି ଅଛନ୍ତି । ଯେଉଁମାନଙ୍କର ବଡିବିଲ୍ଡିଂରେ ପ୍ରତି ଅନେକ ରୁଚି ରହିଥାଏ । ଏପରି ବଡି ବନାଇଥାନ୍ତି ବଡ ବଡ ପ୍ରୋଫେସନାଲ ବଡିବିଲ୍ଡର ବି ତାଙ୍କ ଆଗରେ ମାତ୍ ଖାଇଯିବେ । ସେହିଭଳି ଜଣେ ବଡିବିଲ୍ଡର ପୋଲିସ ଅଫିସ ଏବେ ସାମ୍ନାକୁ ଆସିଛନ୍ତି ।
ନରେନ୍ଦ୍ର ଯାଦବ, ଦିଲ୍ଲୀ ପୋଲିସରେ ହେଡ କନେଷ୍ଟବଳ ଭାବରେ କାର୍ଯ୍ୟ କରନ୍ତି । ପୋଲିସରେ ରହି କାମ କରିବା ସହ ବଡିବିଲ୍ଡିଂକୁ ବି ପ୍ରାଧାନ୍ୟ ଦେଇଛନ୍ତି । ଆଉ ଏଭଳି ବଡି ବନାଇଛନ୍ତି, ଯାହାଙ୍କ ବଡି ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନରେନ୍ଦ୍ର କହିଛନ୍ତି, ମୁଁ କେବଳ ସୌକ ପାଇଁ ବଡିବିଲ୍ଡିଂ ଜଏନ୍ କରିଥିଲି କିନ୍ତୁ ପରେ ସାଙ୍ଗମାନେ ପ୍ରୋଫେସନାଲ ବଡିବିଲ୍ଡିଂ ପାଇଁ ପ୍ରାତ୍ସାହିତ କରିଥିଲେ । ଏବେ ସେ ଅନେକ ମେଡାଲ ଜିତିସାରିଛନ୍ତି ।
୨୦୦୬ରେ ନରେନ୍ଦ୍ର ହେନକନେଷ୍ଟବଳ ଚାକିରି ପାଇବା ପରେ ୨୦୦୯ରେ ଜିମ୍ ଜଏନ୍ କଲେ । କିଛି ବର୍ଷ ମଧ୍ୟରେ ତାଙ୍କର ଫିଟନେସ୍ ଦେଖି ସାଙ୍ଗମାନେ ପ୍ରୋଫେସନାଲ ବଡିବିଲ୍ଡିଂ ପାଇଁ ପ୍ରୋତ୍ସାହିତ କରିଥିଲେ । ୨୦୧୫ରେ ସେ ପ୍ରଥମ କମ୍ବିଟିସନରେ ଭାଗ ନେଇଥିଲେ । କିନ୍ତୁ ଠିକ ଭାବେ ପ୍ରସ୍ତୁତ ନଥିବାରୁ କୌଣସି ମେଡାଲ ଜିତିପାରିନଥିଲେ । ୨୦୧୮ରେ ପୁଣି ବଡିବିଲ୍ଡିଂ ପ୍ରତିଯୋଗୀତାରେ ଭାଗନେଲେ । ଆଉ ୨୦୧୮ ଏବଂ ୨୦୧୯ରେ ଦୁଇଥର ମିଷ୍ଟର ଇଣ୍ଡିଆ, ୨ଥର ନର୍ଥ ଇଣ୍ଡିଆ ଏବଂ ୨ଥର ମିଷ୍ଟର ଦିଲ୍ଲୀ ମେଡାଲ ଜିତି ଗୌରବ ଆଣିଥିଲେ ।
୪ଜଣଙ୍କ ଖାଇବା ଖାଆନ୍ତି ନରେନ୍ଦ୍ର
ନରେନ୍ଦ୍ର ଯାଦବଙ୍କ ଉଚ୍ଚତା ୫ଫୁଟ୍ ୮ଇଂଚ୍ ଏବଂ ଓଜନ ୧୦୮କେଜି । ସେ ପ୍ରତିଦିନ ତାଙ୍କ ଡାଏଟରେ ୫୦୦୦ କ୍ୟାଲୋରି ଖାଇଥାନ୍ତି । ଜଣେ ସାଧାରଣ ଲୋକ ୧୫ଶହରୁ ୨ହଜାର କ୍ୟାଲୋରି ପ୍ରତିଦିନ ଶରୀରକୁ ନେଉଥିବା ବେଳେ ନରେନ୍ଦ୍ର ପାଖାପାଖି ୪ଜଣଙ୍କ ଖାଇବା ଖାଇନିଅନ୍ତି । ନରେନ୍ଦ୍ର ଦିନକୁ ୬ଥର ଖାଆନ୍ତି । ଡାଏଟରେ ୨କେଜି ଚିକେନ୍, ୪ଚାମଚ ୱେ-ପ୍ରୋଟିନ୍, ୧୦ପଟ ରୁଟି, ଗୋଟେ ବ୍ରେଡ୍ ପ୍ୟାକେଟ୍, ୨୦ଟି ଅଣ୍ଡା ଏବଂ ଅଢେଇ ଲିଟର କ୍ଷୀର ପିଇନିଅନ୍ତି । ଦିନକ ମଧ୍ୟରେ ଏହି ଡାଏଟକୁ ସୁବିଧା ହିସାବରେ ଖାଇଥାନ୍ତି । ଇଏତ ଥିଲା ଡାଏଟ୍ ପ୍ଲାନ୍ କଥା । ଯଦି ଏକ୍ସରସାଇଜ୍ କଥା କହିବା ତେବେ ନରେନ୍ଦ୍ର, ସକାଳୁ ଉଠି ଅଧଘଣ୍ଟା କାର୍ଡିଓ କରିଥାନ୍ତି । କାର୍ଡିଓ ପରେ ରନିଂ କିମ୍ବା ସାଇକ୍ଲିଂ କରିଥାନ୍ତି ଏହା ପରେ ସେ ଘରକୁ ଆସି କିଛି ଖାଆନ୍ତି ଏବଂ ପରେ ଦୁଇରୁ ଅଢେଇ ଘଣ୍ଟା ଜିମରେ ହେବି ୱେଟ୍ ୱର୍କଆଉଟ୍ କରିଥାନ୍ତି । ସେ ସପ୍ତାହକୁ ୫ଦିନ ଏକ୍ସରସାଇଜ୍ କରିଥାନ୍ତି ୨ଦିନ ଆରାମ୍ କରିଥାନ୍ତି । ତାଙ୍କ ବାଇସେପର ସାଇଜ୍ ୨୦ରୁ ୨୧ ଇଂଚ୍ ହୋଇଥିବା ବେଳେ ଚେଷ୍ଟର ସାଇଜ୍ ୫୮ ଇଂଚ୍ ରହିଛି । ନରେନ୍ଦ୍ରଙ୍କ ଏହି ଭାରୀ ଶରୀର ତାଙ୍କୁ ଫାଇଦା ଦେବା ତାଙ୍କୁ ଅସୁବିଧାରେ ମଧ୍ୟ ପକାଇଥାଏ । ଏନେଇ ନରେନ୍ଦ୍ର କହନ୍ତି, ଭାରି ଶରୀର ପାଇଁ ମତେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ । ପୋଲିସ ଡ୍ରେସ୍ ପିନ୍ଧିନିଏ କିନ୍ତୁ ଓହ୍ଲାଇପାରେନି । ପୋଷାକ ଓହ୍ଲାଇବା ପାଇଁ ମତେ ଅନ୍ୟର ସାହାରା ନେବାକୁ ପଡିଥାଏ । ଏହାଛଡା ସାଧାରଣ ସାର୍ଟବି ମତେ ଫିଟିଂ ହୁଏନି । ଏହାର କାରଣ ହେଉଛି ମୋ ବ୍ୟାକ୍ । ବ୍ୟାକର ସାଇଜ୍ ଏତେ ବଡ ଯେ ମତେ ସାଧାରଣରେ କପଡା ପିନ୍ଧିବା ଏବଂ ଓହ୍ଲାଇବାରେ କଷ୍ଟ ହୋଇଥାଏ ।