ଶେଷ ହେଲା ATM କାର୍ଡ ଝିଞ୍ଜଟ୍ । ଏଣିକି UPIରେ ଉଠାଇପାରିବେ ଟଙ୍କା

646

କନକ ବ୍ୟୁରୋ: ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି । ଏଣିକି ଆପଣ ଏଟିଏମ କାର୍ଡ ଭୁଲିଗଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଉଠାଇପାରିବେ ଟଙ୍କା ।
ଆପଣ ହୁଏତ ଏଏଟିଏମ୍ କାର୍ଡ ଭୁଲିଯାଇପାରନ୍ତି କିନ୍ତୁ ମୋବାଇଲ ତ ସାଙ୍ଗରେ ନେବାକୁ ଭୁଲିବା ଏତେ ସହଜ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ସମସ୍ୟା ଦୂରେଇବା ଚେଷ୍ଟାରେ ଆଉ ପାଦେ ଅଗକୁ ବଢିଛି ଭାରତ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିିନଟେକ୍ ଫେଷ୍ଟରେ ଏହାକୁ ପ୍ରଦର୍ଶନ କରାଯାଇଛି । ଜାପାନର ହିଟାଚି ପେମେଣ୍ଟ ସର୍ଭିସ୍ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଏହା କାର୍ଯ୍ୟ କରୁଛି । ଏହାକୁ ହ୍ୱାଇଟ୍ ଲେବଲ ଏଏଟିଏମ୍ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ୱାରା ୟୁଜର୍ସଙ୍କୁ ଏକାଧିକ ଆକାଉଣ୍ଟରୁ ୟୁପିଆଇ ଆପ୍ ଜରିଆରେ ଟଙ୍କା ଉଠାଣ କିମ୍ବା ପେମେଣ୍ଟ କରିବାର ସୁବିଧା ମିଳିବ ।

ଏହି ମୋଡରେ ଟଙ୍କା ଉଠାଣ ଭାରି ସହଜ । ମୁମ୍ବାଇର ଗ୍ଲୋବାଲ ଫିନଟେକ ତରଫରୁ ରବି ସୁତଞ୍ଜନୀ ଏହାର ଡେମୋ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ୟୁପିଆଇ ଏଟିଏମ ଗୋଟିଏ ଟଚ୍ ପ୍ୟାନେଲ ରୂପରେ ଦେଖାଯିବ । ଡାହାଣପଟେ ୟୁପିଆଇ କର୍ଡଲେସ୍ କ୍ୟାସ ଉପରେ ଟ୍ୟାପ କଲେ ଆଉ ଏକ ୱିଣ୍ଡୋ ଓପନ୍ ହେବ । ଏଥିରେ ଆପଣ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହାକୁ ସ୍କ୍ରିନରେ ଦିଆଯାଇଥିବା ଅପ୍ସନରୁ ଚୟନ କରିବାକୁ ପଡିବ । ଏହାପରେ ସ୍କ୍ରିନରେ ଏକ କ୍ୟୁଆର କୋଡ୍ ଆସିବ । ଏଥର କୌଣସି ୟୁପିଆଇ ଆପ୍ ବ୍ୟବହାର କରି ଏହାକୁ ସ୍କାନ କରିବାକୁ ପଡିବ । କୋଡ୍ ସ୍କାନ ହେବା ପରେ ୟୁଜର୍ସଙ୍କୁ ନିଜର ଇଚ୍ଛିତ ବ୍ୟାଙ୍କ ଆକାଉଣ୍ଟ ବାଛିବା ଏବଂ କନଫର୍ମ ଉପରେ କ୍ଲିକ୍ କରିବାକୁ କୁହାଯିବ । ଏଥିରେ ୟୁପିଆଇ ପିନ୍ ଲେଖିବା ପରେ ଆପଣଙ୍କ ହାତକୁ ଏଟିଏମରୁ ଟଙ୍କା ଆସିଯିବ । ଦେଖନ୍ତୁ ଏହାର ପୁରା ଡେମୋ:

ୟୁପିଆଇ ମୋଡରେ ଏଏଟିଏମରୁ ଟଙ୍କା ଉଠାଣ ଦ୍ୱାରା ଠକେଇକୁ ରୋକାଯାଇପାରିବ । ଏହା ନନ୍ ବ୍ୟାଙ୍କିଙ୍ଗ ସଂସ୍ଥା ଦ୍ୱାରା ସଞ୍ଚାଳିତ ହେଉଛି । ଏହି ବ୍ୟବସ୍ଥା ୟୁଜର୍ସଙ୍କୁ କେବଳ ନୂଆ ଅନୁଭୂତି ଦେବ ତାହା ନୁହେଁ ବରଂ ବ୍ୟାଙ୍କିଙ୍ଗ ଭିତ୍ତିଭୂମି ଓ ଟଙ୍କା ଉଠାଇବାର ଲିମିଟକୁ ବଢାଇପାରିବ । ଏହା ବ୍ୟତୀତ ୟୁପିଆଇ ,ଏଟିିଏମ କାର୍ଡ ସ୍କିମିଙ୍ଗ ପରି ଠକେଇକୁ ରୋକିବାରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।

ୟୁପିଆଇ ଏଟିଏମ୍ ଆଣ୍ଡ୍ରଏଜ୍ ଅପରେଟିଙ୍ଗ ସିଷ୍ଟମ୍ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି ।ଏବେଯାଏଁ ହିଟାଚି ପେମେଣ୍ଟ ସର୍ଭିସେସ ୍ଏକମାତ୍ର ହ୍ୱାଇଟ୍ ଲେବଲ ଏଟିଏମ୍ । ଏହା ୩୦୦୦ ରୁ ଅଧିକ ଏଟିଏମ୍ ନେଟୱାର୍କରେ କାର୍ଯ୍ୟକ୍ଷମ ହେଲାଣି ।