କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ୍ । ଆଜି କୋଲକାତାରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଇଷ୍ଟ-ୱେଷ୍ଟ ମେଟ୍ରୋ ସେବାର ଉଦଘାଟନ କରିବେ । ଏହାପରେ ରେଳସେବାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଏହି ମେଟ୍ରୋ ସେବାର ସବୁଠୁ ବଡ କଥା ହେଉଛି ପାଣି ତଳେ ନିର୍ମିତ ସୁଡଙ୍ଗ ଦେଇ ଟ୍ରେନ୍ ଚାଲିବ । ଏଥିସହ ଦେଶର ପ୍ରଥମ ଏବଂ ସବୁଠାରୁ ଶସ୍ତା ମେଟ୍ରୋ ସେବା ହେବ ।
୧୫ କିଲୋମିଟରର ଏହି ରେଳଲାଇନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬ କିଲୋମିଟରର ଆରମ୍ଭ ହେବ । ଖୁବଶୀଘ୍ର ଏହି ସେବା ୧୨ କିଲୋମିଟରକୁ ବୃଦ୍ଧି ପାଇବ । ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନ ଯାତ୍ରା ପାଇଁ ସର୍ବନିମ୍ନ ୫ ଟଙ୍କା ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ସଲଟ ଲେକ୍ ସେକ୍ଟର ୫ରୁ ସଲ୍ଟ ଲେକ୍ ଷ୍ଟାଡିଅମ ଯାଏ ଚାଲିବ । ସଡକ ପଥରେ ଏହି ଦୂରତା ଅତିକ୍ରମ ପାଇଁ ଦେଢ ଘଂଟା ଲାଗୁ ଥିବା ବେଳେ ଏବେ ଏହା ୧୩ ମିନିଟରେ ପୂରା ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Kolkata-Metro-916x516.jpeg)