ନିର୍ବାଚନୀ ପ୍ରଚାରରେ କମଲ ହାସନଙ୍କ ବଡ ବୟାନ । କହିଲେ ନାଥୁରାମ ଗଡସେ, ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ।

538

କନକ ବ୍ୟୁରୋ : ୧୯ ଯୁଦ୍ଧର ଶେଷ ଲଢେଇ ବାକି ରହିଥିବା ବେଳେ ସରଗରମ ହୋଇଛି ଜାତୀୟ ରାଜନୀତି । ଆଉ ୧୯ ରଣାଙ୍ଗନର ନିର୍ବାଚନୀ ପ୍ରଚାରରେ ବଡ ବୟାନ ରଖିଛନ୍ତି କମଲ ହସନ । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ରବିବାର ଦିନ ନିର୍ବଚାନ ପ୍ରଚାର ଅଭିଯାନ ସମୟରେ କହିଛନ୍ତି କମଲ ହାସନ । ମେ ୧୯ ତାରିଖ ଦିନ ହେବାକୁ ଥିବା ଉପ ନିର୍ବାଚନରେ ତାଙ୍କର ପ୍ରାର୍ଥୀ ସେ ମୋହନରାଜଙ୍କ ପାଇଁ ଅବରାକୁରିଚି ଠାରେ ପ୍ରଚାର ମସୟରେ ମକ୍କଲ ନୀଧି ମଇୟାମ୍‌ (ଏମ୍‌ଏନ୍‌ଏମ୍‌) ଦଳର ନେତା କମଲ ହାସନ୍‌ କହିଛନ୍ତି ।

ନିର୍ବାଚନ ଅଭିଯାନ ସମୟରେ ଗୋଟାଏ ଭ୍ୟାନ୍‌ ଉପରେ ଥାଇ ହାସନ୍‌ କହିଲେ, ଏଠାରେ ଅନେକ ମୁସଲମାନ ଥିବାରୁ ମୁଁ ଏ କଥା କହୁନାହିଁ । ଏ କଥା ମୁଁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଆଗରେ କହୁଛି । ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଥିଲା ଜଣେ ହିନ୍ଦୁ । ସେ ଆହୁରି କହିଲେ ଯେ ବିବେକ ମଧ୍ୟରେ ମୁଁ ହେଉଛି ଗାନ୍ଧୀଜୀଙ୍କ ଅଣନାତି । ସେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ମୁଁ ଏଠାକୁ ଆସିଛି । ଏ ଘଟଣାକୁ ସେ ଦୃଷ୍ଟିରୁ ବିଚାର କରନ୍ତୁ । ଉତ୍ତମ ଭାରତୀୟଗଣ ଚାହାଁନ୍ତି ଭାରତ ସମାନ ଓ ଶାନ୍ତିପୂର୍ଣ୍ଣ ହେଉ ଏବଂ ତ୍ରିରଙ୍ଗାର ତିନୋଟି ରଙ୍ଗ ରହିଥାଉ ।