ଦେଶର ପ୍ରଥମ ସି-ପ୍ଲେନ ସେବାର ଶୁଭାରମ୍ଭ କଲେ ନରେନ୍ଦ୍ର ମୋଦି । ପ୍ରଥମ ଯାତ୍ରୀ ଭାବେ କେବଡିଆରୁ ସାବରମତୀ ଯାଏଁ କଲେ ଯାତ୍ରା, ଦିନକୁ ଦୁଇ ଥର ଉଡିବ ସି-ପ୍ଲେନ । 

197
କନକ ବ୍ୟୁରୋ: ଗୁଜରାଟ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସି-ପ୍ଲେନର ଶୁଭାରମ୍ଭ କରିଛନ୍ତି । କେବଡିଆରେ ସି-ପ୍ଲେନର ଶୁଭାରମ୍ଭ କରିବା ସହ ପ୍ରଥମ ଥର ପାଇଁ କେବଡିଆରୁ ସାବରମତୀ ରିଭର ଫ୍ରଂଟ ଯାଏଁ ସିପ୍ଲେନରେ ଯାତ୍ରା କରିଛନ୍ତି ମୋଦି । ଆଶା କରାଯାଉଛି ସି-ପ୍ଲେନ ସେବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଲାଭପ୍ରଦ ହେବ ।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟରେ ଦେଶର ପ୍ରଥମ ସି-ପ୍ଲେନ ସେବା ଆରମ୍ଭ ହୋଇଛି । କେବଡିଆରେ ସି-ପ୍ଲେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ସି-ପ୍ଲେନରେ ପ୍ରଥମ ଥର ପାଇଁ ଓ ପ୍ରଥମ ଯାତ୍ରୀ ଭାବେ ପ୍ରଧାନମନ୍ତ୍ରୀ କେବଡିଆରୁ ସାବରମତୀ ରିଭର ଫ୍ରଂଟ ଯାଏଁ ଯାତ୍ରା କରିଛନ୍ତି । ଏହି ସି-ପ୍ଲେନ ଉଭୟ ଜଳ ପଥ ଓ ସ୍ଥଳପଥରେ ଅବତରଣ କରିବାକୁ ସକ୍ଷମ ।
ଗୁଜୁରାଟରେ ଆରମ୍ଭ ହୋଇଥିବା ଏହି ସି-ପ୍ଲେନ ସେବା ନର୍ମଦା ଜିଲ୍ଲାର କେବଡିଆର ଷ୍ଟେଚ୍ୟୁ ଅଫ ୟୁନିଟି ଠାରୁ ଅହମ୍ମଦାବାଦର ସାବରମତୀ ରିଭର ଫ୍ରଂଟକୁ ଯୋଡିବ । ସରଦାର ସରୋବର ବନ୍ଧର ତିନି ନଂବର ଜଳଭଣ୍ଡାରରେ ଲାଣ୍ଡ କରିବ ସି-ପ୍ଲେନ । ଏହା ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବ ଓ ସମୟ ମଧ୍ୟ ବଂଚାଇବ । ଆଶା କରାଯାଉଛି ସି-ପ୍ଲେନ ସେବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଲାଭପ୍ରଦ ହେବ ।
କେବଡିଆରୁ ସାବରମତୀ ଯାଏଁ ଚଳାଚଳ କରିବାକୁ ଥିବା ଏହି ସି-ପ୍ଲେନର ପରିଚାଳନା କରିବ ପ୍ରମୁଖ ବିମାନ କଂପାନୀ ସ୍ପାଇସ ଜେଟ । ସି-ପ୍ଲେନରେ କେବଡିଆରୁ ସାବରମତୀ ଫ୍ରଂଟ ଯାଏଁ ଯାତ୍ରା କଲେ ଭଡା ବାବଦକୁ ୧୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି କେବଡିଆରୁ ସାବରମତୀ ରିଭର ଫ୍ରଂଟ ଏବଂ ସାବରମତୀ ରିଭର ଫ୍ରଂଟରୁ କେବଡିଆକୁ ଆସିଲେ ଜଣକ ପିଛା ତିନି ହଜାର ଟଙ୍କା ଗଣିବାକୁ ପଡିବ । ଏବେ ଆସନ୍ତୁ ନଜର ପକାଇବା ସିପ୍ଲେନର ବିଶେଷତ୍ୱ ଉପରେ ।
ସି-ପ୍ଲେନର ବିଶେଷତ୍ୱ
ଏହା ଉଭୟ ଜଳ ଓ ଆକାଶ ପଥରେ ଉଡାଣ କରିପାରିବ 
ଉଭୟ ଜଳ ଓ ସ୍ଥଳ ପଥରେ ଅବତରଣ କରିିବାକୁ ସକ୍ଷମ 
୩୦୦ ମିଟର ଛୋଟ ରନୱେରୁ ମଧ୍ୟ ଉଡି ପାରିବ 
ସେଇଥି ପାଇଁ ୩୦୦ ମିଟର ଲମ୍ବ ଜଳାଶୟକୁ ରନୱେ ଭାବେ ବ୍ୟବହାର କରିହେବ    
କେବଡିଆରୁ ସାବରମତୀ ଫ୍ରଂଟ ଯାଏଁ ସି-ପ୍ଲେନ ଦିନକୁ ଦୁଇଥର ଉଡାଣ ଭରିବ । ସେପଟେ ସି-ପ୍ଲେନରେ ଯାତ୍ରା ପାଇଁ ଅକ୍ଟୋବର ୩୦ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ସୂଚନା ମିଳିଛି ।