କନକ ବ୍ୟୁରୋ: ମଣିଷ ପୂର୍ବରୁ ମହାକାଶ ଯିବ ରୋବଟ୍ । ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ୍ ମହାକାଶଚାରୀକୁ ପଠାଇବ ଭାରତ । ଏହି ମହିଳା ରୋବର୍ଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମ୍ର ଅର୍ଥ ମହାକାଶ ଏବଂ ମିତ୍ରର ଅର୍ଥ ବନ୍ଧୁ । ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ଅର୍ଥ ମହାକାଶ ମିତ୍ର ରଖାଯାଇଛି ।
ଭାରତର ଗଗନଯାନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ଏହି ମହିଳା ରୋବଟକୁ ମହାକାଶ ପଠାଯିବ । ପୃଥିବୀ ବାହାରେ ସଂକଟ ସମୟରେ କେମିତି କରିବ ମୁକାବିଲା, ସଂଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆସନ୍ତାବର୍ଷ ଗଗନଯାନ ମହାକାଶକୁ ପଠାଇବ ଭାରତ । ତେବେ ଅପ୍ରିତିକର ସ୍ଥିତିରେ ମଣିଷ କେମିତି ମୁକାବିଲା କରିବ ତାର ଅନୁଧ୍ୟାନ କରି ସୂଚନା ଦେବ ଏହି ରୋବର୍ଟ । ଗଗନଯାନ ହେଉଛି, ମ୍ୟାନ ମିଶନ ବା’ ଏହି ମହାକାଶ ଯାତ୍ରାରେ ମହାକାଶଚାରୀ ଯାତ୍ରା କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/6-5.jpg)