କନକ ବ୍ୟୁରୋ: ୨୦୨୦ ମସିହା ଜାନୁଆରୀ ୩୦ ତାରିଖରେ ଭାରତରେ ପ୍ରଥମକରି କୋଭିଡ୍ ଭାଇରସ ଚିହ୍ନଟ ହୋଇଥିଲା । ଚୀନରୁ ଫେରିଥିବା ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ ପ୍ରଥମ କରି ଭାରତରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସେହି ଷ୍ଟୁଡେଣ୍ଟ ଜଣକ ଏବେ ପୁଣିଥରେ କୋଭିଡ୍ ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
କେରଳର ତ୍ରିଶୁର ଅଂଚଳରେ ବସବାସ କରୁଥିବା ଏହି ମେଡିକାଲ୍ ଷ୍ଟୁଡେଣ୍ଟ ଜଣକ କିଛି ଦିନ ତଳେ କୋଭିଡ୍ ପରୀକ୍ଷା କରିଥିଲେ । ଏହି ସମୟରେ ତାଙ୍କର ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିବା ସହିତ ଆରଟିପିସିଆର୍ ଟେଷ୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ବୋଲି ସେଠାକାର ଡାକ୍ତର ସୂଚନା ଦେଇଛନ୍ତି ।
୨୦୨୦ ଜାନୁଆରୀ ମାସରେ ଚୀନରେ ପାଠ ପଢୁଥିବା ସେହି ଛାତ୍ରୀ ଜଣକ ଭାରତକୁ ଆସିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସାରା ଦେଶରେ କରୋନାର କାୟା ବିସ୍ତାର ଦେଖିବାକୁ ମିଳିଥିଲା । ବିଶେଷକରି ଚୀନରୁ ଫେରିଥିବା ନାଗରିକମାନେ କୋଭିଡରେ ସଂକ୍ରମିତ ହୋଇଥିଲେ । ହେଲେ ଏହାର ପାଖାପାଖି ଦେଢ ବର୍ଷ ପରେ ପୁଣିଥରେ ସେହି ଛାତ୍ରୀ ଜଣକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/2-13.jpg)