ମୋଦି ସରକାରଙ୍କ ବଡ଼ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ର ପ୍ରଥମ ହିତାଧିକାରୀ ବନିଲେ ମୈାସମୀ : ହରିୟାଣା ସରକାର ଘୋଷଣା କଲେ ପ୍ରଥମ ଦାବିଦାର

54

ମୋଦି ସରକାରଙ୍କ ବଡ଼ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ର ଅଫିସିଆଲ ଘୋଷଣାର ଦୁଇ ଦିନ ପରେ ହିଁ ଦେଶର ପ୍ରଥମ ହିତାଧିକାରୀ ମିଳିଯାଇଛି । ପ୍ରକୃତରେ ହରିୟାଣା ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧିନରେ ପ୍ରଥମ ଦାବିଦାରଙ୍କୁ ୯ ହଜାର ଟଙ୍କା ମିଳିଛି । ସାର୍ବଜନିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧିନରେ କର୍ଣ୍ଣାଲ ଜିଲ୍ଲାର ସରକାରୀ ହସପିଟାଲରେ ଜଣେ ଶିଶୁର ଜନ୍ମରେ ଏହି ଯୋଜନାର ମୂଳଦୁଆ ପଡିଛି ।

କର୍ଣ୍ଣାଲ ଜିଲ୍ଲାର ଘିସାରପୁରୀ ଗାଁରେ ରହୁଥିବା ମୈାସମୀ ଏହି ଯୋଜନାର ପ୍ରଥମ ହିତାଧିକାରୀ ହୋଇଛନ୍ତି । ମୈାସମୀ ଅସ୍ତ୍ରୋପଚାର ଜରିଆରେ ୧୭ ଅଗଷ୍ଟରେ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାର ଜନ୍ମ କଳ୍ପନା ଚାୱଲା ଚିକିତ୍ସା ମହାବିଦ୍ୟାଳୟରେ ହୋଇଥିଲା ।

ପ୍ରବକ୍ତାଙ୍କ କହିବାନୁସାରେ, ମୈାସମୀ ହେଉଛନ୍ତି ରାଜ୍ୟର ପ୍ରଥମ ଏମିତି ମହିଳା, ଯାହାଙ୍କ ଚିକିତ୍ସା ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ହୋଇଛି ଓ ଉପଚାର କରିଥିବା ହସପିଟାଲକୁ ୩୧ ଅଗଷ୍ଟରେ ରାଶିର ପେମେଣ୍ଟ କରାଯାଇଛି । ହରିୟାଣା ସରକାର ଆୟୁଷ୍ମାନ ଭାରତ-ହରିୟାଣା ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ୧୫ ଅଗଷ୍ଟରେ ଲାଗୁ କରିଥିଲେ ।

ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ୨୫ ସେପ୍ଟେମ୍ବର ଠାରୁ ଆରମ୍ଭ କରାଯିବ । ଲାଲ କିଲ୍ଲାରୁ ଅଭିଭାଷଣ ଦେବାବେଳେ ପିଏମ୍ କହିଥିଲେ କି, ପଣ୍ଡିତ ଦୀନ ଦୟାଲଙ୍କ ଜୟନ୍ତୀରେ ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଆରମ୍ଭ କରିଦିଆଯିବ । ଏଥିରେ ଗରୀବଙ୍କୁ ଭଲ ଓ କମ୍ ଟଙ୍କାରେ ସ୍ୱାସ୍ଥ୍ୟ ସୁବିଧା ମିଳିବ । ଏହି ଯୋଜନାର ଲାଭ ଉଠାଉଥିବା ଗରୀବ ରୋଗୀଙ୍କ ବୀମା କରାଯିବ ଓ ତାଙ୍କର କ୍ୟାସଲେସ୍ ଚିକିସବା କରାଯିବ । ପ୍ରଥମେ ନିଜ ଟଙ୍କାରେ ଚିକିତ୍ସା କରାଇ ସରକାରଙ୍କ ଠାରୁ ୫ ଲକ୍ଷ ଟଙ୍କା ଫେରି ପାଇବାର ଅବ୍ୟବସ୍ଥା ନଥିବ ।