ରାଜସ୍ଥାନ ପୋଖରାନରେ ଭାରତର ସାମରିକ ଶକ୍ତି ପ୍ରଦର୍ଶନ ।

76

କନକ ବ୍ୟୁରୋ: ଆଜି ରାଜସ୍ଥାନର ପୋଖରାନାରେ ଭାରତ ତାର ସାମରିକ ଶକ୍ତି ପଦର୍ଶନ କରିଛି । “ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦୀ । ତିନି ସେନାର ମିଳିତ ସମରାଭ୍ୟାସ ପରେ ପ୍ରଧାନମନ୍ତ୍ରୀ ସେନ÷କମାନଙ୍କୁ ଉତ୍ସାହିତ କରି କହିଛନ୍ତି, ଯେଉଁ ଦୃଶ୍ୟ ଆଜି ଆମେ ଦେଖୁଛେ ତାହା ତିନି ସେନାର ଗର୍ବ ଓ ଗୌରବ । ପୋଖରାନ ଆଜି ପୁଣି ଥରେ ଇତିହାସର ସାକ୍ଷୀ ପାଲଟଛି । ଆଜି ଆତ୍ମନିର୍ଭରଣ ଭାରତ ଦେଶର ମନୋବଳ ବଢାଇବା ସହ ଦେଶକୁୁ ଗର୍ବିତ କରିଛି । ଅଗ୍ନୀ ଫାଇଭ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି ହୋଇଥିବା ଯୁଦ୍ଧାସ୍ତ୍ର ଗୁଡ଼ିକର ପ୍ରଦର୍ଶନ କରାଯାଇଛି । ସ୍ୱଦେଶୀ ଅସ୍ତ୍ରର ପରୀକ୍ଷଣ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ୩୦ଟି ଦେଶର ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ଥିଲେ । ଭାରତ ଶକ୍ତି ସମରାଭ୍ୟାସରେ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର, ଡ୍ରୋନ୍, ଟ୍ୟାଙ୍କ, ହେଲିକପ୍ଟର ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ତିନି ସେନା ପକ୍ଷରୁ ମିଳିତ ଭାବେ ଏହି ଅଭ୍ୟାସ କରାଯାଉଛି । ପୂର୍ବରୁ ବିଦେଶରୁ ସାମରିକ ଅସ୍ତ୍ରଅସ୍ତ୍ର ଆମଦାନୀ କରାଯାଉଥିବା ବେଳେ ଏବେ ଏହାକୁ ନିଜ ଦେଶରେ ପ୍ରସ୍ତୁତ କରାଯିବାକୁ ଜୋରଦାର ଚେଷ୍ଟା କରାଯାଉଛି । ଆଉ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଭାରତୀୟ କୌଶଳରେ ପ୍ରସ୍ତୁତ ହୋଇଛି ଓ ସଫଳତା ପାଇଛି, ସେସବୁର ଆଜି ପ୍ରଦର୍ଶନ କରାଯାଉଛି ।