କନକ ବ୍ୟୁରୋ : ଚୀନ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ ଜାରି । ଚାଇନିଜ୍ ଆପ୍ ବାଇଡୁ ଓ ୱେବୁକୁ ବ୍ୟାନ କରିଛି ଭାରତ । ୱେବୋ କମ୍ପାନୀ ୨୦୧୯ରେ ଆରମ୍ଭ ହେବା ପରେ ୫ଶହ ମିଲିୟନ ୟୁଜର ଅଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ପୂର୍ବରୁ ଶତାଧିକ ଆପକୁ ବ୍ୟାନ କରିଛନ୍ତି ମୋଦି ସରକାର । ଏହି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ହେଉଛନ୍ତି ଅନ୍ୟତମ ଷ୍ଟାର୍‌ ଉପଭୋକ୍ତା । ମୋଦୀ ଚୀନର ଏହି ଆପ୍‌ରେ ୨୦୧୫ ମସିହାରେ ଏକ ଆକାଉଣ୍ଟ୍‌ ଖୋଲିଥିଲେ । ତେବେ ବାଇଦୁ ସର୍ଚ ଏବଂ ୱଇବୋ ଆପ୍‌କୁ ଏବେ ଗୁଗୁଲ୍‌ ଏବଂ ଆପେଲ୍ର‌ ଆପ୍‌ ଷ୍ଟୋର୍‌ରୁ ହଟାଇବାକୁ କୁହାଯାଇଛି । ଗତ ଜୁଲାଇ ୨୭ ତାରିଖରେ ସରକାର ଯେଉଁ ୪୭ଟି ଆପ୍‌କୁ ଭାରତରୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ ଏହି ଦୁଇ ଆପ୍‌ ସେହି ତାଲିକାରେ ରହିଛି ।

Advertisment

ଜୁନ୍‌ ୨୯ ତାରିଖରେ ଚୀନ ଉପରେ ହୋଇଥିଲା ପ୍ରଥମ ଡିଜିଟାଲ୍‌ ଷ୍ଟ୍ରାଇକ୍ ‌। ସେ ସମୟରେ ଭାରତ ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚୀନୀ ଆପକୁ‌ ଦେଶରୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ । ଦ୍ବିତୀୟ ଥର ବ୍ୟାନ ନିଷ୍ପତ୍ତି ସମୟରେ ସରକାର କ୍ଲୋନ୍‌ ଏବଂ କିଛି ଅରିଜିନାଲ୍‌ ଆପ୍‌ର ବିଭିନ୍ନ ଭର୍ସନକୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ । ଦେଶର ସୁରକ୍ଷା ଓ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଆଣି ସରକାର ଏହି ସବୁ ଆପ୍‌କୁ ଭାରତରୁ ହଟାଇବାର ନିଷ୍ପତ୍ତି ନେଇଥିଲେ ।