ତାଲାବନ୍ଦ ବେଳେ ଅସହ୍ୟ ହେଲା ଋଣ ଭାର : କିସ୍ତି ଦେବା ପାଇଁ ଚାପ ପକାଇଲା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା; କାମ ଧନ୍ଦା ନଥିବାରୁ ଋଣ ଦେଇନପାରି ଜୀବନ ହାରିଲେ ମାଲକାନଗିରି ଏମଭି ୨୪ ଗାଁର ୪୬ ବର୍ଷୀୟା ମହିଳା

297

କନକ ବ୍ୟୁରୋ : ଅସହ୍ୟ ହେଲା ରୁଣ ଭାର, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଚାପ ଯୋଗୁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ । । ମାଲକାନଗିରି ଏମ.ଭି ୨୪ ଗାଁ ର ୪୬ ବର୍ଷୀୟ ମହିଳା ମାଳତି ଗାଇନ ଓ ତାଙ୍କ ପରିବାର ର ସଦସ୍ୟ ମାନେ ଭିନ୍ନ ଭିନ୍ନି ଅର୍ଥଲଗାଣକାରୀ ସଂସ୍ଥାଠାରୁ  ଲକ୍ଷାଧିକ ଟଙ୍କା ରୁଣ ନେଇ ଥିଲେ । ପ୍ରାୟ ୪ ଲକ୍ଷ ଟଙ୍କା ରୁଣ ନେଇ ଥିଲେ ମାଳତି । ଆଉ ସପ୍ତାହିକ କିସ୍ତି ଆକାର ରେ ଏହି ରୁଣ ପରିଶୋଧ କରିବାର ସର୍ତ ଥିଲା । ତେବେ ଲକ ଡାଉନ ଯୋଗୁ ଏହି ଅର୍ଥ ନିୟମିତ ପୈଠ ହୋଇ ପାରୁ ନ ଥିବାରୁ କମ୍ପାନୀ ମାନଙ୍କ ତରଫରୁ ବ୍ୟାପକ ଚାପ ପ୍ରୟୋଗ କରା ଯାଉ ଥିଲା ।

ଗତକାଲି ରାତିରେ କମ୍ପାନୀ ର କର୍ମଚାରୀ ମାନେ ଟଙ୍କା ଆଦାୟ ଲାଗି ତାଙ୍କ ଘର ଅଗଣା ରେ ବସି ପଡି ଥିବା ଅଭିଯୋଗ ହୋଇଛି । ମାଳତିଙ୍କ ସ୍ୱାମୀ ଓ ଦୁଇ ପୁଅ ବାହାର ରାଜ୍ୟ ରେ ଦାଦନ ଖଟନ୍ତି, ଘରେ ବୁଢି ମାଁ । ତେବେ କୌଣସି ପ୍ରକାରେ କମ୍ପାନୀ କର୍ମଚାରୀ ମମାନେ ଚାଲି ଯିବା ପରେ ମାଳତି ଘର ପଛ ପଟ ଅଗଣା ରେ ଆତ୍ମହତ୍ୟା କରି ଥିବା ଜଣା ପଡିଛି ।

Comments are closed.