ଲଦାଖ ସୀମାରେ ବାୟୁସେନାର ସୌର୍ଯ୍ୟ ପ୍ରଦର୍ଶନ: ଘାଟି ଉପରେ ପହରା ଦଉଚି ଲଢୁଆ ବିମାନ; ସୁଖୋଇ, ଜାଗୁଆର ସହ ଫାଇଟର ହେଲିକପ୍ଟର ମୁତୟନ

ଫରୱାର୍ଡ ବେସରେ ଆଲର୍ଟ ଏୟାରଫୋର୍ସ

541

କନକ ବ୍ୟୁରୋ: ଲଦାଖ ସୀମାରେ ବାୟୁସେନାର ଶକ୍ତି ପ୍ରଦର୍ଶନ । ଚୀନ୍ ସୀମାରେ ଘାଟି ଜଗିଛି ଇଣ୍ଡିଆନ୍ ଏୟାରଫୋର୍ସ । ସୀମା ସୁରକ୍ଷାରେ ହାଇଆଲର୍ଟରେ ରହିଛି ବାୟୁସେନା । ଚୀନ ସୀମାରେ ମୁତୟନ ହୋଇଛନ୍ତି ବାୟୁସେନାର ଭଳି କି ଭଳି ଲଢୁଆ ବିମାନ । ଶତ୍ରୁର ନିଦ ହଜେଇଦେବାର କ୍ଷମତା ରଖିଥିବା ସୁଖୋଇ ଯୁଦ୍ଧ ବିମାନ ଗୁଡିକୁ ମୁତୟନ କରିଦିଆଯାଇଛି ସୀମାର ଫରୱାର୍ଡ ଘାଟି ଗୁଡିକ ଉପରେ । ସୁଖୋଇ ଜାଗୁଆର ସହିତ ଅନେକ ଲଢୁଆ ବିମାନକୁ ଫରୱାର୍ଡ ଏୟାର ବେସ୍ ଗୁଡିକରେ ମୁତୟନ କରିଦିଆଯାଇଛି ।

ଇସାରା ମିଳିବ ତ କିଛି କ୍ଷଣ ଭିତରେ ମାଟିରେ ମିଶାଇ ଦେବେ ଶତ୍ରୁ ପକ୍ଷର ଘାଟି ଗୁଡିକ । ମିଗ୍ ୨୯ ବିମାନ, ଆପାଚେ ହେଲିକପ୍ଟର, ଆପାଚୀ ଆଟାକ୍ ହେଲିକପ୍ଟର, ଚିନୁକ୍ ହେଲିକପ୍ଟର ଯାହା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା ତାହାକୁ ମୁତୟନ କରିଦିଆଯାଇଛି ଫରୱାର୍ଡ ଏୟାର ବେସ୍ ଗୁଡିକରେ । ଏହି ଫରୱାର୍ଡ ଏୟାର ବେସ୍ ରେ ବର୍ତମାନ ମଲ୍ଟି ରୋଲ୍ କଂବାକ୍ଟ, ମିରାଜ ୨୦୦୦, ସୁଖୋଇ ୩୦, ଜାଗୁଆର , ମିଗ୍ ୨୯ ବିମାନ, ଆପାଚେ, ଚିନୁକ୍ ହେଲିକପ୍ଟର ମୁତୟନ ଅଛନ୍ତି । ଏସବୁ ଚୀନକୁ ସିଧାସଳଖ ସ୍ପଷ୍ଟ ବାର୍ତା ଦେଉଛି ।

ଗଲୱାନ୍ ଘାଟିର ଘଟଣା ଦ୍ୱିତୀୟ ଥର ଘଟିବ ତ ତାର କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି ବାୟୁସେନା । ସବୁଠାରୁ ବଡ କଥା ହେଉଛି ଇଣ୍ଡିଆନ୍ ଏୟାରଫୋର୍ସର ଏହି ସବୁ ଲଢୁଆ ବିମାନ ଅସ୍ତ୍ରଶସ୍ତ୍ର ସହିତ ସୀମାନ୍ତ ଆଗୁଆ ଘାଟି ଉପରେ ପହରା ଦେଉଛନ୍ତି । ଚୀନୁକ୍ ହେଲିକପ୍ଟର ଲଦାଖର ଫରୱାର୍ଡ ପୋଷ୍ଟ ଗୁଡିକରେ ସୈନ୍ୟଙ୍କ ନିକଟରେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ପହଁଚାଇବା କାମ କରୁଛି । ଆପାଚେ ଆଟାକ୍ ହେଲିକପ୍ଟର ଶତ୍ରୁ ପକ୍ଷ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରଖାଯାଇଛି । ଏହାବାଦ୍ ଏମଆଇ ୧୭ ର ୫ଟି ବିମାନ କେବଳ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପରିବହନ ପାଇଁ ନିୟୋଜିତ କରାଯାଇଛି ।