ଭାରତ ପାଇଁ ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର ଭ୍ୟାକ୍ସିନ୍, ସପ୍ତାହ ମଧ୍ୟରେ ହେବ ଅନ୍ତିମ ବା ଶେଷ ପର୍ଯ୍ୟାୟ ପରୀକ୍ଷଣ । ସେପଟେ ଦେଶରେ ସୁସ୍ଥ ହୋଇ ଘରକୁ ଫେରିଲେଣି ୭୩ ପ୍ରତିଶତ ଆକ୍ରାନ୍ତ ।

Advertisment
୭୭.୭%କୁ ବୃଦ୍ଧି ପାଇଲା ଭାରତର କୋଭିଡ୍-୧୯ ଆରୋଗ୍ୟ ହାର : ଏହି ପାଞ୍ଚଟି ରାଜ୍ୟର ସୁସ୍ଥତା ହାର ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ

କନକ ବ୍ୟୁରେ: କରୋନାକୁ ନେଇ ଆସିଲା ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର କରୋନା ଭ୍ୟାକ୍ସିନ୍ । ଚଳିତ ସପ୍ତାହ ସୁଦ୍ଧା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ତେବେ ଦେଶରେ ୩ଟି କୋଭିଡ୍ ଭ୍ୟାକ୍ସିନ୍ ଉପରେ ଗବେଷଣା ଚାଲିଛି । ଯେଉଁଥିରୁ ଗୋଟିଏ ଭ୍ୟାକ୍ସିନ୍ କୁ ଦିନେ କି ଦୁଇ ଦିନ ମଧ୍ୟରେ ଶେଷ ପର୍ଯ୍ୟାୟ ଟ୍ରାଏଲରେ ପହଁଚିବ । କିନ୍ତୁ ଏହା କେବେ ସୁଦ୍ଧା ଉପଲବ୍ଧ ହେବ କିମ୍ବା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ସେନେଇ କୌଣସି ସୂଚନା ଦେଇ ନାହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଅନ୍ୟପଟେ ଏବେ ସୁଧା ଦେଶରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ ପ୍ରତିଶତ କରୋନା ଆକ୍ରାନ୍ତ । ଏହାସହ ମୃତ୍ୟୁହାର କମୁଛି । ସାରା ଦେଶରେ ମୃତ୍ୟୁହାର ୧ ଦଶମିକ ୯୪କୁ ଖସି ଆସିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ  ପ୍ରତି ୨୪ ଘଂଟାରେ ପ୍ରାୟ ୫୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ଦିନକୁ ୫୫ ହଜାର ଆକ୍ରାନ୍ତ ସୁସ୍ଥ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହୁଛି । ସେପଟେ ଗୋଟିଏ ଦିନରେ ପ୍ରାୟ ୯ ଲକ୍ଷ କରୋନା ପରୀକ୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe