କନକ ବ୍ୟୁରେ: କରୋନାକୁ ନେଇ ଆସିଲା ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର କରୋନା ଭ୍ୟାକ୍ସିନ୍ । ଚଳିତ ସପ୍ତାହ ସୁଦ୍ଧା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ତେବେ ଦେଶରେ ୩ଟି କୋଭିଡ୍ ଭ୍ୟାକ୍ସିନ୍ ଉପରେ ଗବେଷଣା ଚାଲିଛି । ଯେଉଁଥିରୁ ଗୋଟିଏ ଭ୍ୟାକ୍ସିନ୍ କୁ ଦିନେ କି ଦୁଇ ଦିନ ମଧ୍ୟରେ ଶେଷ ପର୍ଯ୍ୟାୟ ଟ୍ରାଏଲରେ ପହଁଚିବ । କିନ୍ତୁ ଏହା କେବେ ସୁଦ୍ଧା ଉପଲବ୍ଧ ହେବ କିମ୍ବା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ସେନେଇ କୌଣସି ସୂଚନା ଦେଇ ନାହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
As far as vaccines are concerned, PM had assured the country on Independence Day. He had said that 3 vaccines are being developed in India & are in different stages. One of them will enter phase 3 trial today or tomorrow. The other 2 are in phase 1 & 2 trials: VK Paul, NITI Aayog pic.twitter.com/SZHJz9wREv
— ANI (@ANI) August 18, 2020
ଅନ୍ୟପଟେ ଏବେ ସୁଧା ଦେଶରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ ପ୍ରତିଶତ କରୋନା ଆକ୍ରାନ୍ତ । ଏହାସହ ମୃତ୍ୟୁହାର କମୁଛି । ସାରା ଦେଶରେ ମୃତ୍ୟୁହାର ୧ ଦଶମିକ ୯୪କୁ ଖସି ଆସିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ପ୍ରତି ୨୪ ଘଂଟାରେ ପ୍ରାୟ ୫୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ଦିନକୁ ୫୫ ହଜାର ଆକ୍ରାନ୍ତ ସୁସ୍ଥ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହୁଛି । ସେପଟେ ଗୋଟିଏ ଦିନରେ ପ୍ରାୟ ୯ ଲକ୍ଷ କରୋନା ପରୀକ୍ଷା ହୋଇଛି ।