ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ଲକ୍ଷ ଟପିଲା : ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ଆଲୋଡା ରେକର୍ଡ କରିଛି ଭାରତ 

121

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପି ଯାଇଛି । ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ଏହି ଅଲୋଡା ରେକର୍ଡ କରିଛି ଭାରତ । ବୁଧବାର ଦେଶରେ ୪୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଅତିକ୍ରମ କରିଛି ଭାରତ । ନଭେମ୍ବର ମାସରେ ଆମେରିକାରେ ସର୍ବାଧିକ ୨୪ ଲକ୍ଷ ୮ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭାରତରେ ୮ ଲକ୍ଷ ୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ନଭେମ୍ବର ମାସରେ ଆମେରିକାରେ ସର୍ବାଧିକ ୨୦ ହଜାର ୮୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ ୧୦ ହଜାର ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନଭେମ୍ବର ମାସରେ ସଂକ୍ରମଣ ହାର କମ୍ ରହିଛି । ସେପ୍ଟେମ୍ବର ମାସରେ ମାତ୍ର ୧୧ ଦିନରେ ୧୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶେଷ ୧୦ ଲକ୍ଷ ନୂଆ ରୋଗୀ ଚିହ୍ନଟ ପାଇଁ ୨୨ ଦିନ ସମୟ ଲାଗିଛି ।