ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କେମିତି ଚାଲିଛି ଟିକାକରଣ, କଲେ ତର୍ଜମା

67

କନକ ବ୍ୟୁରୋ : ତୃତୀୟ ଲହର ଆଶଙ୍କା ଭିତରେ ଦେଶର କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଦେଶରେ ଟିକାକରଣ କେମିତି ଚାଲିଛି ତାହା ବୁଝିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇ କହିଛନ୍ତି, କରୋନା ଭୂତାଣୁର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ଦେଶର ୩୫ଟି ଜିଲ୍ଲାରେ ଏବେ ବି ସାପ୍ତାହିକ କୋଭିଡ୍ ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି ।

୩୦ ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଭିତରେ ରହିଛି । ଅନ୍ୟପଟେ ଦେଶରେ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଟିକାର ଗୋଟିଏ ଡୋଜ୍ ନେଇ ସାରିଲେଣି । ୧୮ ପ୍ରତିଶତ ଲୋକ ଦୁଇଟି ଡୋଜ୍ ନେଇ ସାରିଲେଣି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଆଗକୁ ତୃତୀୟ ଲହର ଆଶଙ୍କା ଥିବାରୁ ଅକ୍ସଜେନ ଯୋଗାଣ, ଜିନମ ସିକ୍ୟୁଏସନସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଆଗକୁ ପାର୍ବଣ ଆସୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟମାନଙ୍କୁ ଔଷଧ ମହଜୁଦ ରଖିବାକୁ କହିଛନ୍ତି ।