ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ୍ । କମୁଛି ମୃତୃ ସଂଖ୍ୟା, ସେପଟେ ଭାରତରେ ଋଷ କରୋନା ଟିକା ପରୀକ୍ଷଣ ପାଇଁ ଅନୁମତି ମିଳିଛି

ଦେଶରେ କରୋନା ସଂକ୍ରମଣ ମାମଲା ୭୪ ଲକ୍ଷ ଟପିଯାଇଛି

200

ଦେଶରେ କରୋନା ସଂକ୍ରମଣ ମାମଲା ୭୪ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୧୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ୍‌ ସଂକ୍ରମଣ ମାମଲା ୭୪ ଲକ୍ଷ ୩୨ ହଜାର ୬୮୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ପାଇଛି । ଏବେ ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି । ଆଇସିଏମ୍‌ଆର ଅନୁଯାୟୀ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଦେଶରେ ମୋଟ୍‌ ୯ କୋଟି ୩୨ ଲକ୍ଷ ୫୪ ହଜାର ୧୭ ନମୁନା ପରୀକ୍ଷା ହୋଇଛି । ତେବେ ଶୁକ୍ରବାର କେବଳ ୯ ଲକ୍ଷ ୯୯ ହଜାର ୯୦ ନମୁନା ପରୀକ୍ଷା ହୋଇଛି ।

ସେପଟେ କରୋନା ମାହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭୂତାଣୁ ମାରିବା ପାଇଁ ଟିକା ପ୍ରସ୍ତୁତି ଲାଗିଛନ୍ତି ବିଭିନ୍ନ ଦେଶ । ହେଲେ ଏଯାଏଁ ଟିକା ବାହାରି ପାରି ନାହିଁ । ଏହାର ଭିତରେ ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ‘ସ୍ପୁଟନିକ ଭି’ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡିସିଜିଆଇ । ଭାରତରେ ଥିବା ଡକ୍ଟର ରେଡିଜ ଲାବୋରୋଟୋରିକୁ ଅନୁମତି ଦେଇଛି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ । ‘ସ୍ପୁଟନିକ ଭି’ ଟିକାର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଭାଲ୍ଦୀମିର ପୁତିନଙ୍କ ଝିଅକୁ ଦିଆଯାଇଥିଲା । ପରେ ଏହି ଟିକାକୁ ନେଇ ଅନେକ ଆଶଙ୍କା ରହିଥିଲା । ତେବେ ଏବେ ଭାରତରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି ।