କୋଭାକ୍ସିନ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଉତ୍ସାହଜନକ ଥିବା ଦାବି କଲେ ପିଜିଆଇଏମସର ଟିକା ପରିକ୍ଷଣ ମୁଖ୍ୟ : କହିଲେ, ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଟିକା ଦିଆଯିବା ନେଇ ଚାଲିଛି ବ୍ୟବସ୍ଥା; ୧୨ଟି କେନ୍ଦ୍ରରେ ୩୭୫ ସ୍ୱେଛାସେବୀଙ୍କ ଦେହରେ ଆରମ୍ଭ ହୋଇଛି ପରୀକ୍ଷା

456

କନକ ବ୍ୟୁରୋ : ଭାରତର ସ୍ୱଦେଶୀ କରୋନା ଟିକା କୋଭାକସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍ ଉତ୍ସାହଜନକ ରହିଛି । ରୋହତକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସରେ ଟିକା ପରୀକ୍ଷଣ ଟିମର ମୁଖ୍ୟ ଡାକ୍ତର ସବିତା ବର୍ମା ଏହି ଦାବି କରିଛନ୍ତି । ସେ କହିଛନ୍ତି, ରୋହତକ ସ୍ଥିତ ପିଜିଆଇଏମସରେ ଜୁଲାଇ ୧୭ରୁ ମାନବ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ପ୍ରଥମ ଭାଗରେ ୫୦ ଜଣ ସ୍ୱେଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ନିକଟରେ ଏହାର ରେଜଲ୍ଟ ବେଶ୍ ଭଲ ଦେଖାଯାଉଛି । ସେମାନଙ୍କ ଦେହରେ ଶନିବାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ ପରୀକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ସ୍ୱେଛାସେବୀଙ୍କ ଦେହରେ ଦୁଇ ଥର ଟିକା ଦିଆଯାଇଥାଏ । ଭାରତ ବାଇଓଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନ ଆଇସିଏମଆର ଦ୍ୱାରା ଚିହ୍ନଟ ଦେଶର ୧୨ଟି କେନ୍ଦ୍ରରେ ମାନବ ପରୀକ୍ଷଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଛାସେବୀଙ୍କ ଦେହରେ ଟିକା ପରୀକ୍ଷା କରାଯାଇଛି । ଏହା ସଫଳ ହେଲେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।