କନକ ବ୍ୟୁରୋ : ଭାରତର ସ୍ୱଦେଶୀ କରୋନା ଟିକା କୋଭାକସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍ ଉତ୍ସାହଜନକ ରହିଛି । ରୋହତକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସରେ ଟିକା ପରୀକ୍ଷଣ ଟିମର ମୁଖ୍ୟ ଡାକ୍ତର ସବିତା ବର୍ମା ଏହି ଦାବି କରିଛନ୍ତି । ସେ କହିଛନ୍ତି, ରୋହତକ ସ୍ଥିତ ପିଜିଆଇଏମସରେ ଜୁଲାଇ ୧୭ରୁ ମାନବ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ପ୍ରଥମ ଭାଗରେ ୫୦ ଜଣ ସ୍ୱେଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ନିକଟରେ ଏହାର ରେଜଲ୍ଟ ବେଶ୍ ଭଲ ଦେଖାଯାଉଛି । ସେମାନଙ୍କ ଦେହରେ ଶନିବାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ ପରୀକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ସ୍ୱେଛାସେବୀଙ୍କ ଦେହରେ ଦୁଇ ଥର ଟିକା ଦିଆଯାଇଥାଏ । ଭାରତ ବାଇଓଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନ ଆଇସିଏମଆର ଦ୍ୱାରା ଚିହ୍ନଟ ଦେଶର ୧୨ଟି କେନ୍ଦ୍ରରେ ମାନବ ପରୀକ୍ଷଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଛାସେବୀଙ୍କ ଦେହରେ ଟିକା ପରୀକ୍ଷା କରାଯାଇଛି । ଏହା ସଫଳ ହେଲେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/10-25.jpg)