କନକ ବ୍ୟୁରୋ : ନିଜ ପତ୍ନୀଙ୍କ ଚାହିଦା ପୂରଣ କରିବା ପାଇଁ ଜଣେ ଗରିବ ସ୍ୱାମୀ ଆଠ ଶହ ଟଙ୍କା ଦେଇ କେମିତି ମଟନ୍ କିଣେ । ବେରୋଜଗାର ଯୁଗରେ ଏକ ଗରିବ ପରିବାରର ଜୀବନ ସଂଗ୍ରାମ ଉପରେ ଆଧାରିତ ଚଳଚ୍ଚିତ୍ର ' ଚମ୍ପାରଣ ମଟନ୍' ।

Advertisment

ଆର୍ଥିକ ଦୁରାବସ୍ତା ସମୟରେ ଘରେ ମଟନ୍ ତିଆରି ହେଉଥାଏ ଏବଂ ସେହି ସମୟରେ ଯଦି ହଠାତ୍ ଜଣେ ଅତିଥି ଆସି ପହଞ୍ଚି ଯାଆନ୍ତି ତେବେ କ’ଣ ହେବ ? ମଟନ୍ ରୋଷେଇର ବାସ୍ନା ବାରି ଯଦି ପଡୋଶୀମାନେ ଘରେ ପହଞ୍ଚ ଯାଆନ୍ତି, ସେତେବେଳେ କ’ଣ ହେବ ? ଏହିଭଳି ବହୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି 'ଚମ୍ପାରନ୍ ମଟନ୍'ର ନିର୍ମାତା ରଂଜନ କୁମାର ।

ଚମ୍ପାରଣ ମଟନ୍ ଏହିପରି ଅର୍ଥନୈତିକ ଏବଂ ସାମାଜିକ ତିକ୍ତତା ମଧ୍ୟରେ ନିର୍ମିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ପୁଣେର ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ନିର୍ଦ୍ଦେଶନା ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ର ରଂଜନ ଉମାକୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।ଏହି ଚଳଚ୍ଚିତ୍ରକୁ ସେ ତାଙ୍କର ଅନ୍ତିମ ସେମିଷ୍ଟାରର ଏକ ପ୍ରୋଜେକ୍ଟ ଭାବରେ ବିହାରର ସ୍ଥାନୀୟ ‘ବଜ୍ଜିକା’ ଭାଷାରେ ନିର୍ମାଣ କରିଛନ୍ତି ।

publive-image

'ଓସ୍କାର' ସେମିଫାଇନାଲକୁ ଯାତ୍ରା

ଅନେକ ଲୋକ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି । ଏହି ଚଳଚ୍ଚିତ୍ରଟି ଓସ୍କାରର ‘ଷ୍ଟୁଡେଣ୍ଟ ଏକାଡେମୀ ଆୱାର୍ଡ’ର ନ୍ୟାରେଟିଭ୍ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛି । ଚାରୋଟି ଭିନ୍ନ ବର୍ଗରେ ‘ଷ୍ଟୁଡେଣ୍ଟ ଏକାଡେମୀ ଆୱାର୍ଡ’ ଦିଆଯାଏ ।

ଚଳିତ ବର୍ଷ ‘ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ’(FTII )ପୁଣେରୁ ଓସ୍କାର ପାଇଁ ମୋଟ ତିନୋଟି ଚଳଚ୍ଚିତ୍ର ପଠାଯାଇଥିଲା । କିନ୍ତୁ ଏଥିରେ କେବଳ ' ଚମ୍ପାରଣ ମଟନ୍' ସର୍ଟ ଲିଷ୍ଟ ହୋଇପାରିଛି ।
ଓସ୍କାର ଏକାଡ଼େମୀ ଦ୍ଵାରା ଚଳଚ୍ଚିତ୍ର ତାଲିମ ପ୍ରତିଷ୍ଠାନରୁ ଚଳଚ୍ଚିତ୍ର ନିର୍ମାଣ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ଏହି ‘ଷ୍ଟୁଡେଣ୍ଟ ଏକାଡେମୀ ଆୱାର୍ଡ’ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୭୨ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଏହି ବର୍ଗ ପାଇଁ ସାରା ବିଶ୍ଵରୂ ୨୪୦୦ରୁ ଅଧିକ ଚଳଚ୍ଚିତ୍ର ପହଞ୍ଚିସାରିଛି । ‘ଚମ୍ପାରଣ ମଟନ୍’ ସେମିଫାଇନାଲ୍ ର ଶେଷ ୧୭ଟି ଚଳଚ୍ଚିତ୍ରରେ ପହଞ୍ଚି ପାରିଛି । ଅକ୍ଟୋବର ସୁଦ୍ଧା ଏହି ପୁରସ୍କାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

‘ଚମ୍ପାରଣ ମଟନ୍’ ହେଉଛି ଏକ ସାଧାରଣ ପରିବାରର ସମ୍ପର୍କ ଏବଂ ସଂଘର୍ଷର କାହାଣୀ । ଏହି ଚଳଚ୍ଚିତ୍ରର ସୁଟିଂ ମହାରାଷ୍ଟ୍ରର ବାରାମାଟିରେ ଏକ ମାସ ଧରି କରାଯାଇଛି । ଏହି ଚଳଚ୍ଚିତ୍ରରେ ସେ ପାରମ୍ପାରିକ ବିହାରୀ ଛାପ ଛାଡିବାକୁ ଚାହୁଁଥିଲେ ବୋଲି ରଂଜନ କୁମାର କହିଛନ୍ତି। ଏହି ଚଳଚ୍ଚିତ୍ରଟି ପାଞ୍ଚ ଜଣ ଛାତ୍ରଙ୍କ ଏକ ଡିପ୍ଲୋମା ଫିଲ୍ମ । ଏଭଳି ଚଳଚ୍ଚିତ୍ର ପାଇଁ FTII ଅଧିକ ଅର୍ଥ ଦିଏନାହିଁ । ରଂଜନଙ୍କ ଅନୁଯାୟୀ ଏହି ଫିଲ୍ମ ନିର୍ମାଣ ପାଇଁ ସେ ଏକଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି ।

publive-image

'ଫିଲ୍ମଟି ସାମ୍ପ୍ରତିକ ବ୍ୟବସ୍ଥା ଉପରେ ଏକ ବ୍ୟଙ୍ଗ।'
ଚମ୍ପାରଣ ମଟନ୍ ବିହାରର ଚମ୍ପାରଣ ନାମକ ସ୍ଥାନରେ ଏକ ବିଶେଷ ଉପାୟରେ ରନ୍ଧା ହୋଇଥିବା ମଟନ୍ ପାଇଁ ପ୍ରସିଦ୍ଧ । କମ୍ ନିଆଁରେ ଏହା ଏକ ମାଟି ପାତ୍ରରେ ରନ୍ଧାଯାଏ ।ଏହି ମଟନ ଏବେ କେବଳ ବିହାରରେ ନୁହେଁ ଭାରତର ବହୁ ସ୍ଥାନର ଅନେକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଦେଖିବାକୁ ମିଳିଲାଣି । ମଟନ୍ ପ୍ରେମୀମାନେ ଏହି ଚଳଚ୍ଚିତ୍ରକୁ ଏକ ଶାକାହାରୀ ଖାଦ୍ୟ ବୋଲି ବ୍ୟଙ୍ଗ କରିବା ଆରମ୍ଭ କଲେଣି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ରଂଜନ କୁମାର ନିଜେ ବିହାରର ହାଜିପୁରର ବାସିନ୍ଦା ଅଟନ୍ତି। ସେ ତାଙ୍କର ଏହି ଚଳଚ୍ଚିତ୍ର ଜରିଆରେ ଦେଶର ସାମାଜିକ ତଥା ରାଜନୈତିକ ବ୍ୟବସ୍ଥାକୁ ବ୍ୟଙ୍ଗ କରିଛନ୍ତି । ରଂଜନ କୁମାର ବ୍ୟାଖ୍ୟା କରିଛନ୍ତି, “ଯଦି ମୁଁ ଗୋଟିଏ ଶବ୍ଦରେ କହିବି, ତେବେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି ‘ବେରୋଜଗାରି’ । ଏହା ଏକ ପୋଷ୍ଟ-କୋଭିଡ୍ କାହାଣୀ ଯେଉଁଠାରେ ଲକଡାଉନ ଯୋଗୁଁ ଜଣେ ଚାକିରି ହରାଇଛନ୍ତି। ”

ରଂଜନଙ୍କ କହିବା ଅନୁଯାୟୀ ଫିଲ୍ମର କାହାଣୀଟି ଏହିପରି । “ଏହି ଫିଲ୍ମର ହିରୋ ପ୍ରେମ ବିବାହ କରିଛନ୍ତି । ତାଙ୍କ ପତ୍ନୀଙ୍କ ବାପଘର ଚମ୍ପାରଣ । ଗର୍ଭବତୀ ଥିବା ସମୟରେ ଦିନେ ସିଏ ମଟନ୍ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି    ।  ଏକ ସତ୍ୟ ଘଟଣାରୁ ସେ ଏହି ଚଳଚ୍ଚିତ୍ରର ପ୍ରେରଣା ପାଇଥିଲେ ବୋଲି ରଂଜନ କୁମାର କୁହନ୍ତି । ଥରେ ସେ ପାଟନା ନିକଟ ଦାନାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ , ସେଦିନ ତାଙ୍କ ଘରେ ମଟନ୍ ରୋଷେଇ ହେଉଥିଲା । ସେହି ସମୟରେ ସମ୍ପର୍କୀୟଙ୍କ ପରିଚିତ ଜଣେ ଡାକ୍ତର ସେଠାରେ ପହଞ୍ଚିଲେ ଏବଂ ପରେ ମଟନ୍ ବାସ୍ନା ପାଇ ପଡୋଶୀମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଗୋଟେ ପରିବାର ସହିତ କ’ଣ କଣ ଘଟିପାରେ ତାହା ଏହି ଚଳଚ୍ଚିତ୍ରରେ ଦେଖେଇବାକୁ ସେ ଚେଷ୍ଟା କରିଛନ୍ତି । ଏହି ଚଳଚ୍ଚିତ୍ରର ମୁଖ୍ୟ କଳାକାର ମାନଙ୍କ ମଧ୍ୟରେ ଅଛନ୍ତି ଚନ୍ଦନ ରାୟ ଏବଂ ଫାଲକ ଖାନ । ଚଳଚ୍ଚିତ୍ରରେ ଗ୍ରାମୀଣ ବିହାରୀ ଛାପ ଦେବାପାଇଁ ସେ ବିହାରର ପ୍ରାୟ ୧୦ ଜଣ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ନେଇଛନ୍ତି ।

publive-image

ମୁଖ୍ୟ କଳାକାର ପାଉଣା ନେଲେ ନାହିଁ ।

ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚନ୍ଦନ ରାୟ ନିଜେ ବିହାରର ହାଜିପୁରର ବାସିନ୍ଦା । ଆମାଜନ ପ୍ରାଇମର ପ୍ରସିଦ୍ଧ ୱେବ୍ ସିରିଜ୍ 'ପଞ୍ଚାୟତ'ରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି । ଚନ୍ଦନ 'ପଞ୍ଚାୟତ'ରେ ସଚିବଙ୍କ ସହକାରୀ ବିକାଶ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହେଇଥିଲେ ।

ଚନ୍ଦନ ରାୟ ଏକ ସାକ୍ଷାତକାରରେ କହିଛନ୍ତି, ଯେ “ଏଗୁଡ଼ିକ ଛାତ୍ର ମାନଙ୍କ ଦ୍ଵାରା ନିର୍ମିତ ଚଳଚ୍ଚିତ୍ର । ଯେଉଁଥିପାଇଁ FTII ଅଧିକ ଅର୍ଥ ଦେଇନଥାଏ ଓ ଏହି ଚଳଚ୍ଚିତ୍ର ବଜ୍ଜିକା ଭାଷାରେ ନିର୍ମିତ ଯାହା ମୋର ମାତୃଭାଷା । ଯେଉଁଥିପାଇଁ ମୁଁ ପାଉଣା ନନେବାକୁ ନିଷ୍ପତି ନେଲି । ତା ଛଡା ନିର୍ଦ୍ଦେଶକ ରଂଜନ ମଧ୍ୟ ବିହାର ହାଜିପୁରର । ଏହାସବୁ ଜାଣିବା ପରେ ମୁଁ ଏଥିରେ ଅଭିନୟ କରିବାପାଇଁ ସ୍ୱୀକୃତି ଦେଲି ।

ଚନ୍ଦନଙ୍କ କହିବା ଅନୁଯାୟୀ, ସେ କେବଳ ଛାତ୍ର ଭାବରେ ରଂଜନଙ୍କୁ ସମର୍ଥନ କରିବା ପାଇଁ ସ୍ୱୀକୃତି ଦେଇଥିଲେ କିନ୍ତୁ ' ଚମ୍ପାରଣ ମଟନ୍' ଓସ୍କାର ଦୌଡରେ ଏତେ ଦୂର ଯିବ ବୋଲି ସେ କେବେ ଭାବିନଥିଲେ । ଚଳଚ୍ଚିତ୍ରର କାହାଣୀ ମଧ୍ୟ ବହୁତ ରୋଚକର ।

ଚମ୍ପାରଣ ମଟନ୍ ମୁଖ୍ୟ ହିରୋଇନ୍ ଫାଲକ ଖାନ୍ କୁହନ୍ତି, “ରଂଜନ ସାର୍ ଇଞ୍ଜିନିୟରିଂରେ ଆମର ସିନିୟର ଥିଲେ । ଯେତେବେଳେ ମୁଁ ତାଙ୍କ କଲ୍ ପାଇଲି, ଜଣେ କଳାକାର ଭାବରେ ଏହାର କାହାଣୀ ମୋତେ ବହୁତ ଭଲ ଲାଗିଥିଲା । ଏହାର ଟାଇଟେଲ ମଧ୍ୟ ବହୁତ ଅଲଗା ପ୍ରକାରର ଏବଂ ଆକର୍ଷଣୀୟ ।  ମୁଁ ଏପରି କାହାଣୀରେ ଅଭିନୟ କରି ବହୁତ ଆନନ୍ଦ ପାଇଛି ।

ଫାଲକ ଖାନ କହିଛନ୍ତି ଯେ ହିରୋଇନ୍ ଭାବରେ ଗ୍ଲାମରସ୍ ଭୂମିକା ଅଧିକ ମିଳେ , କିନ୍ତୁ ସେ ଏହି ଚଳଚ୍ଚିତ୍ରରେ ଏକ ଭିନ୍ନ ଭୂମିକା ରେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କର ଲୁକ୍ ମଧ୍ୟ ବହୁତ ଅଲଗା । ଫାଲକ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ତାଙ୍କ ଅନୁଯାୟୀ ' ଚମ୍ପାରଣ ମଟନ୍'ର କାହାଣୀରେ ବହୁତ ବାସ୍ତବତା ଦେଖାଯାଇଛି । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଫାଲକ କୁହନ୍ତି, “ଏମିତି ଗୋଟେ ଦୃଶ୍ୟ ଅଛି ଯେଉଁଥିରେ ମୁଁ ରାଗିଥାଏ ଏବଂ ମୋ ସ୍ୱାମୀ ଚନ୍ଦନ ମୋତେ ମନେଇବାକୁ ମୋର ଗୋଡ଼ ଚିପି ଦେଉଛନ୍ତି , ମୁଁ ଗୋଡ଼ ଭିଡ଼ିଆଣି କହିଲି 'ମୋ ଗୋଡ଼ ଛାଡ଼ ନହେଲେ ଗୋଟେ ଗୋଇଠା ଦେବି । ଏହି ଦୃଶ୍ୟ ବହୁତ ମଜାଳିଆ ଏବଂ ବହୁତଲୋକ ଏହା ଦୃଶ୍ୟକୁ ପ୍ରଶଂସା କରିଛନ୍ତି ।

ରଂଜନ କୁମାର କୁହନ୍ତି, “ମୋ ମା ନିଜେ ଚମ୍ପାରଣର ଏବଂ ମୁଁ ଦେଖୁଛି ଏକ ଅଭାବୀ ଘରେ ମଟନ୍ ଖାଇବା କେତେ କଷ୍ଟ । ଏହା ମୋତେ ପ୍ରେରଣା ଦେଲା ଏମିତି ଫିଲ୍ମ କରିବାପାଇଁ । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ଓସ୍କାର ଦୌଡ଼ରେ ଅଛି ଏବଂ ଓସ୍କାରର ନିୟମ ଦୃଷ୍ଟିରୁ ଏହା ବିଷୟରେ ଅନେକ କିଛି କଥା ଏବେ ସାର୍ବଜନୀନ କରାଯାଇପାରିବ ନାହିଁ । କିନ୍ତୁ ଛାତ୍ର ଭାବରେ ନିର୍ମିତ ଏହି ଚଳଚ୍ଚିତ୍ରରୁ ରଂଜନଙ୍କର ବହୁତ ଆଶା ଅଛି । ରଂଜନଙ୍କ ଅନୁଯାୟୀ, ସେ ଏହି ଚଳଚ୍ଚିତ୍ରରେ ସେ ତାର ମୌଳିକତାକୁ ବଜାୟ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରିଛନ୍ତି । ନିଶ୍ଚିତ ଭାବରେ କିଛି ପୁରସ୍କାର ପାଇବା ଉଚିତ୍ ।

publive-image

ବିହାର ଦରଭଙ୍ଗାର ବର୍ଷୀୟାନ ଅଭିନେତ୍ରୀ ମୀରା ଝା ଏଥିରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସେ ଅନେକ ସ୍ଥାନୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଅଭିନୟ ପରାକଷ୍ଟା ଦ୍ଵାରା ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ମୀରା ଝା ଦୀର୍ଘ ଦିନ ଧରି ଅଲ ଇଣ୍ଡିଆ ରେଡିଓ ସହିତ ଜଡିତ ଅଛନ୍ତି ଏବଂ ଅନେକ ସ୍ଥାନୀୟ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ପ୍ରାରମ୍ଭରେ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ, କିନ୍ତୁ ସ୍ଥାନୀୟ ଭାଷା ବଜ୍ଜିକାରେ ଏହା ନିର୍ମାଣ ହେଉଥିବାର ଶୁଣି ସେ ରାଜି ହେଇଥିଲେ । ସେ ଏତେ ଉତ୍ସାହିତ ଥିଲେ ଯେ ଟ୍ରେନରେ ବିନା ରିଜର୍ଭେସନରେ ପୁଣେ ଯାତ୍ରା କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ନାୟକଙ୍କ ଜେଜେମା ଭୂମିକାରେ ଅଭିନୟ କରିଛନ୍ତି । ଆର୍ଥିକ ଦାରିଦ୍ର୍ୟରେ ଲୋକମାନେ ଜୀବନର ଛୋଟ ଛୋଟ ଆବଶ୍ୟକତା ପୂରଣ କରିବାକୁ କେମିତି ସଂଘର୍ଷ କରନ୍ତି ତାହା ତାଙ୍କୁ ବହୁତ ପ୍ରଭାବିତ କରିଥିଲା ବୋଲି ମୀରା ଝା କୁହନ୍ତି । ବିହାରର ଅନେକ ଲୋକ କେବଳ କ୍ୟାମେରା ଆଗରେ ନୁହେଁ ଫିଲ୍ମ ପଛରେ ମଧ୍ୟ ସହଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ର ପୁରସ୍କାର ପାଇବ କି ନାହିଁ ତାହା ଆସନ୍ତା କିଛି ସପ୍ତାହ ମଧ୍ୟରେ ଜଣାପଡିବ । କିନ୍ତୁ ବର୍ତ୍ତମାନ ସମୟରେ ଫିଲ୍ମ ନିଶ୍ଚିତ ଭାବରେ ପ୍ରଶଂସା ସାଉଁଟୁଛି ।