ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୧ ଲକ୍ଷ : ୨୪ ଘଂଟାରେ ୪୦ ହଜାର ୪ ଶହ ୨୫ ନୂଆ ମାମଲା, ୬୮୧ ମୃତ

323

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢୁଛି । ଗତ ୨୪ ଘଂଟାରେ ୪୦ ହଜାର ୪୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ ମାମଲା । ନୂଆ ପଜିଟିଭ ମାମଲାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଛି । ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଂଚିଛି । ସେହିପରି ଗତ ୨୪ ଘଂଟାରେ ୬୮୧ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ଭୁତାଣୁ କରୋନା ।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୭ ହଜାର ୪୯୭କୁ ଛୁଇଁଛି । ଏଯାଏଁ ୭ ଲକ୍ଷ ୮୭ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୯୦ ହଜାର ୪୫୯ ରହିଛି ।