ଟି-୨୦ ବିଶ୍ୱକପରେ ଭାରତର ବଡ଼ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ ।

270

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ଧୂଳି ଚଟାଇଛି ଭାରତ । ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ ।
ଏହି ବିଜୟ ସହ ସେମିଫାଇନାଲକୁ ଯିବା ଭାରତ ପାଇଁ ସହଜ ହୋଇଛି ।

ଆଣ୍ଟିଗୁଆରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୫ ୱିକେଟ ହରାଇ ୧୯୬ ରନ୍ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ ଖେଳି ଅର୍ଦ୍ଧଶତକ ହାସଲ କହିଥିଲେ । ବିରାଟ କୋହଲି ୩୭ ରନ୍ କରିଥିବାବେଳେ ରିଷଭ ପନ୍ଥ ୩୬ ରନ୍ କରିଥିଲେ । ୧୯୭ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ବାଂଲାଦେଶ । ହେଲେ କୌଣସ ବ୍ୟାଟର୍ ବଡ଼ ପାଳି ଖେଳି ପାରିନଥିଲେ । ନିର୍ଦ୍ଦିଷ୍ଟ ବ୍ୟବଧାନରେ ୱିକେଟ ପଡିବାରୁ ବିଜୟ ଲକ୍ଷ୍ୟରେ ପହଁ:ଚି ପାରିନଥିଲା ବାଂଲାଦେଶ । ନଜମୁଲ୍ ସାନ୍ତୋ ୪୦ ରନ୍ କରବାକୁ ସମର୍ଥ ହୋଇଥିଲେ । କୁଲଦୀପ ଯାଦବ ୪ ଓଭରରେ ୧୯ ରନ୍ ଦେଇ ୩ ୱିକେଟ ନେଇଥିବା ବେଳେ ବୁମରା ଓ ଅର୍ଶଦୀପଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ଟି ୱିକେଟ ହରାଇ ୧୪୬ ରନ୍ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ ।