ଚୀନ୍‌ର ମୁକାବିଲା ପାଇଁ ଭାରତର ବଡ଼ ଯୋଜନା : ୩୫ ଦିନରେ ୧୦ କ୍ଷେପଣାସ୍ତ୍ର ପରୀକ୍ଷା

ଚୀନ୍‌ର ମୁକାବିଲା ପାଇଁ ଭାରତର ବଡ଼ ଯୋଜନା : ୩୫ ଦିନରେ ୧୦ କ୍ଷେପଣାସ୍ତ୍ର ପରୀକ୍ଷା

କନକ ବ୍ୟୁରୋ : ଚୀନ୍‌ ସହ କୌଣସି ଆଲୋଚନା ସଫଳ ହେଉନଥିବାବେଳେ ପୂର୍ବ ଲଦାଖ୍‌ରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ତେଣୁ ଭାରତ ଏବେ ରଣନୀତି ବଦଳାଇଛି ଏବଂ ଯେ କୌଣସି ଚୀନ ଆକ୍ରମଣର ପ୍ରଚଣ୍ଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତ ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଚାଲିଛି।

ଆଗାମୀ ସପ୍ତାହ ପ୍ରାରମ୍ଭରେ ୮୦୦ କିମି ରେଂଜ୍‌ର ସବ୍‌ ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ‘ନିର୍ଭୟ’ ପରୀକ୍ଷା କରାଯିବ ବୋଲି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ସୂତ୍ରରୁ ଜଣାପଡ଼ିଛି। ୩୫ ଦିନ ମଧ୍ୟରେ ଏହା ଭାରତର ୧୦ମ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ। ଡିଆର୍‌ଡିଓ ‘ମେଡ୍‌ ଇନ୍‌ ଇଣ୍ଡିଆ’ ରଣନୀତି ଅଧୀନରେ ପରମାଣୁ ଏବଂ ପାରମ୍ପରିକ କ୍ଷେପଣାସ୍ତ୍ରର ବିକାଶ ଏବଂ ଉତ୍ପାଦନକୁ ତ୍ୱରାନ୍ୱିତ କରିଛି ଏବଂ ମାସକ ମଧ୍ୟରେ ପ୍ରତି ୪ ଦିନରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି।

ଭାରତର ସୁପରସୋନିକ୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ସ୍ମାର୍ଟ’ର ସଫଳ ପରୀକ୍ଷଣ ଏବଂ ଗତକାଲି ବିକିରଣ ପ୍ରତିରୋଧକାରୀ କ୍ଷେପଣାସ୍ତ୍ର ‘ରୁଦ୍ରମ-୧ର’ ସଫଳ ପରୀକ୍ଷଣ ଶତ୍ରୁ ଶିବିରକୁ ବିଚଳିତ କରିଥିବା ଜଣାପଡ଼ିଛି। ଶତ୍ରୁ ପକ୍ଷର ଯୋଗାଯୋଗ ନେଟ୍‌ୱର୍କକୁ ‌ରୁଦ୍ରମ ଧ୍ୱଂସ କରିବାର ସଂପୂର୍ଣ୍ଣ ଶକ୍ତି ରଖୁଛି। ପୂର୍ବ ଲଦାଖ୍‌ରେ ଚୀନ୍‌ର ଆକ୍ରମଣାତ୍ମକ ପଦକ୍ଷେପ ଏବଂ ସେନାଠୁଳକୁ ଦୃଷ୍ଟିରେ ରଖି ଭାରତ ଏଭଳି ବିଶାଳ ଯୋଜନା କରିଥିବା ସାମରିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe