କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ । ସାରାଦେଶରେ ଜାନୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାବେଳେ, ଆମ ରାଜ୍ୟରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇଥିଲା । ତେବେ ଚଳିତମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନଥିବାରୁ ପ୍ରଥମ ଡୋଜ ଟିକାକରଣକୁ ଅଧିକ ୩ ଦିନ ଅର୍ଥାତ ଫବ୍ରୁଆରୀ ୧୩ ତାରିଖ ଯାଏଁ ବୃଦ୍ଧି କରାଗଲା ।

Advertisment

ଜାଣନ୍ତୁ ରାଜ୍ୟରେ କରୋନା ଟିକାକରଣର ପ୍ରୋଗ୍ରେସ ରିପୋର୍ଟ -

-  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ

-  ଏପର୍ଯ୍ୟନ୍ତ ୨ ଲକ୍ଷ ୮୭ ହଜାର ୪୪୨ ସ୍ୱାସ୍ଥ୍ୟକର୍ମୀ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

-  ପଞ୍ଜିକରଣ କରିଥିଲେ ମୋଟ୍ ୩ ଲକ୍ଷ ୩୮ ହଜାର ୭ଶହ ସ୍ୱାସ୍ଥ୍ୟକର୍ମୀ

-  ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ୫୧ ହଜାର ୨୫୮ ଜଣ ସ୍ୱାସ୍ଥ୍ୟକର୍ମୀ

-  ବଳକା ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ନେଇ ନିଷ୍ପତ୍ତି ହୋଇନାହିଁ

-  ଏବେ ଦ୍ୱିତୀୟ ପର୍ଯ୍ୟୟରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ଟିକା

- ରାଜ୍ୟରେ ପଞ୍ଜିକୃତ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଟିକା ନେଲେଣି ୬୧ ପ୍ରତିଶତ

- ମୋଟ୍ ୧ ଲକ୍ଷ ୨୪ ହଜାର ୪୯୭ ଜଣ କରୋନା ଯୋଦ୍ଧାଙ୍କୁ ଦିଆଯାଇଛି ଟିକା