କନକ ବ୍ୟୁରୋ : ଆଫଗାନିସ୍ତାନରୁ ଫେରିବେ ଫସି ରହିଥିବା ଭାରତୀୟ । କାବୁଲ ବିମାନ ବନ୍ଦରରୁ ଭାରତୀୟଙ୍କୁ ଆଣିବା ପାଇଁ ବାୟୁସେନାର ସି-୧୭ ବିମାନ ପ୍ରସ୍ତୁତ ହୋଇ ରହିଛି । ଭାରତୀୟ ବାୟୁସେନାର ସି-୧୭ ବିମାନ ୨୫୦ ଭାରତୀୟଙ୍କୁ ନେଇ ଉଡାଣ ଭରିବ । ଆଜି ଦ୍ୱିପହର ପରେ ଭାରତ ପହଂଚିବାର ସମ୍ଭାବନା ରହିଛି । ଏହା ସହ ବାୟୁସେନାର ଆଉ ଏକ ବିମାନ ବାକି ଆଫଗାନିସ୍ତାନରେ ରହିଥିବା ଲୋକଙ୍କୁ ଆଣିବା ପାଇଁ କାବୁଲ ଯିବ । ଏହାରି ଭିତରେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ଓ ଭାରତ ଆସିବାକୁ ଚେଷ୍ଟା ଚଳାଇଥିବା ଅଫଗାନ ନାଗରିକ ସି ୧୭ ଉଡାଣକୁ ଅପେକ୍ଷା କରି ରହିଛନ୍ତି ।
ଗତ ୫ ଦିନ ହେବ କାବୁଲ ଏୟାରପୋର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ରନ୍ୱେରେ ମଧ୍ୟ ପ୍ରବଳ ଗହଳି ଲାଗି ରହିଛି । ତେଣୁ ଯାତ୍ରୀମାନେ ବିମାନରେ ବସିବା ଓ ବିମାନ ଉଡାଣ ଭରିବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ବିମାନ ବନ୍ଦରକୁ ନିୟନ୍ତ୍ରଣ କରୁଥିବା ଆମେରିକା ସେନା ଅଲଗା ଅଲଗା ଦେଶରୁ ଆସୁଥିବା ବିମାନକୁ ଛୋଟ ଛୋଟ ରନ୍ୱେରେ ଛଡାଯାଉଛି । ଏହାରି ଭିତରେ ଗତ ୪୮ ଘଂଟା ହେବ ଭାରତୀୟ ବିମାନ ଗ୍ରୀନ୍ ସିଗନାଲ ଅପେକ୍ଷାରେ ରହିଛି । ସି ୧୭ର ଏହି ବିମାନ ଆଜି ହିଂଡନ ଏୟାରବେସରେ ପହଂଚିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/13-24.jpg)